ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ
ପୁରୀ, ୬ ମାର୍ଚ୍ଚ (ହି.ସ.)- ପୁରୀ ଜିଲ୍ଲାର ଚାଷୀମାନଙ୍କୁ ଧାନ ବିକ୍ରି ନେଇ ଚାଲିଥିବା ଶୋଷଣ ଓ ଅବ୍ଯବସ୍ଥା ବନ୍ଦ କରିବାକୁ ସିପିଆଇ ପୁରୀ ଜିଲ୍ଲା କମିଟି ପକ୍ଷରୁ ମାର୍ଚ୍ଚ ୬ ତାରିଖରେ ପୁରୀ ଉପଜିଲ୍ଲାପାଳଙ୍କ ନିକଟରେ ଦାବୀ କରାଯାଇଛି। ନାମ ରେଜିଷ୍ଟ୍ରି କରିଥିବା ସମସ୍ତ ଚାଷୀଙ୍କ ସମସ୍ତ ଧାନ କ୍ରୟ
ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ


ପୁରୀ, ୬ ମାର୍ଚ୍ଚ (ହି.ସ.)- ପୁରୀ ଜିଲ୍ଲାର ଚାଷୀମାନଙ୍କୁ ଧାନ ବିକ୍ରି ନେଇ ଚାଲିଥିବା ଶୋଷଣ ଓ ଅବ୍ଯବସ୍ଥା ବନ୍ଦ କରିବାକୁ ସିପିଆଇ ପୁରୀ ଜିଲ୍ଲା କମିଟି ପକ୍ଷରୁ ମାର୍ଚ୍ଚ ୬ ତାରିଖରେ ପୁରୀ ଉପଜିଲ୍ଲାପାଳଙ୍କ ନିକଟରେ ଦାବୀ କରାଯାଇଛି। ନାମ ରେଜିଷ୍ଟ୍ରି କରିଥିବା ସମସ୍ତ ଚାଷୀଙ୍କ ସମସ୍ତ ଧାନ କ୍ରୟ କରିବା, ନାମ ରେଜିଷ୍ଟ୍ରି କରିନଥିବା ଚାଷୀ ମାନଙ୍କ ଧାନ କିଣିବାକୁ ତୁରନ୍ତ ପଦକ୍ଷେପ ନେବା, ମଣ୍ଡିରେ କଟନି ଛଟନୀ ବନ୍ଦ କରିବା, ଧାନ ବିକ୍ରି ପାଇଁ ଅଖା ପ୍ରଦାନ ପ୍ରଭୃତି ଦାବୀ କରି ସିପିଆଇ ପକ୍ଷରୁ ପୁରୀ ଉପ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ସିପିଆଇ ପୁରୀ ଜିଲ୍ଲା ସମ୍ପାଦକ କୃଷ୍ଣଚନ୍ଦ୍ର ରାଉତ, କୃଷକ ନେତା ଆଶିଷ କାନୁନଗୋ, ପ୍ରଦୀପ୍ତ ମହାନ୍ତି, ବ୍ରଜବନ୍ଧୁ ପ୍ରଧାନ, ଦେବେନ୍ଦ୍ରନାଥ ସାହୁ, ସୁରେଶ ଚନ୍ଦ୍ର ବିଶ୍ବାଳ, ବନମାଳୀ ସାହୁ, ସୁକାନ୍ତ ମହାନ୍ତି, ପ୍ରକାଶ ଚନ୍ଦ୍ର ବେହେରା, ତରୁଣ ନାୟକ ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀ ଉପ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ। ପୁରୀ ଜିଲ୍ଲାରେ ଧାନ କିଣାରେ ସୁଧାର ନଆସିଲେ ଜିଲ୍ଲା ବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ସିପିଆଇ ଜିଲ୍ଲା ସମ୍ପାଦକ କୃଷ୍ଣଚନ୍ଦ୍ର ରାଉତ ଘୋଷଣା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande