
ଭୁବନେଶ୍ୱର, 06 ମାର୍ଚ୍ଚ (ହି.ସ.)- ରାଜ୍ୟସଭା ନିର୍ବାଚନରେ ବିଜେଡି-କଂଗ୍ରେସର
ସମୀକରଣକୁ ନେଇ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ସବୁ
ଦଳରେ ସୁବିଧା ଅନୁସାରେ ହୁଏ ସମୀକରଣ । ଏବେ ଆବଶ୍ୟକ ଅନୁସାରେ ହୋଇଛି ବିଜେଡି- କଂଗ୍ରେସ
ସମୀକରଣ । ପୂର୍ବରୁ ବିଜେପିର ବଳ ନଥିଲା, ଏବେ ବିଜେପିର ବଳ ବଢ଼ିଛି । ରାଜନୈତିକ
ଆବଶ୍ୟକତା ଦୃଷ୍ଟିରୁ ବିଜେଡି କଂଗ୍ରେସ ଏକ ହୋଇଛନ୍ତି । ଅତୀତରେ ଘୋଡ଼ା ବେପାର ହୋଇଛି, ଏବେ ହୋଇନପାରେ । କଂଗ୍ରେସ ଭୋଟ୍
ନ ଭାଙ୍ଗିପାରେ,ବିଜେଡିର ଭାଙ୍ଗିପାରେ । ବିଜେଡି ଭିତରେ ଅଧିକ ଅସନ୍ତୋଷ ଅଛି । କଂଗ୍ରେସ-ବିଜେଡି
ପ୍ରାର୍ଥୀ ଜିତିବାର ସମ୍ଭାବନା ଅଧିକ ଅଛି । ଟଙ୍କା ଖେଳ ହେଲେ କିଛି ବଦଳିପାରେ । ଟଙ୍କା ପାଇଁ
ସମସ୍ତଙ୍କର ଲୋଭ ଅଛି,
ତେଣୁ କିଛି ବି ହୋଇପାରେ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା