ଅନ୍ତର୍ଜାତୀୟ ମହିଳା ଦିବସ ପାଳର ଅବସରରେ ଆତ୍ମରକ୍ଷା କର୍ମଶାଳା ଅନୁଷ୍ଠିତ
ଭୁବନେଶ୍ୱର, ୦୬ ମାର୍ଚ୍ଚ (ହି.ସ)- ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଚଳିତ ମାସ ୬ ରୁ ୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେଉଛି । କ୍ରୀଡା ଓ ଯୁବ ସେବା ବିଭାଗ ସହଯୋଗୀତାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଭୁବନେଶ୍ୱରସ୍ଥିତ
dfv


ଭୁବନେଶ୍ୱର, ୦୬ ମାର୍ଚ୍ଚ (ହି.ସ)- ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଚଳିତ ମାସ ୬ ରୁ ୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେଉଛି । କ୍ରୀଡା ଓ ଯୁବ ସେବା ବିଭାଗ ସହଯୋଗୀତାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଭୁବନେଶ୍ୱରସ୍ଥିତ କିସ କ୍ୟାମ୍ପସରେ ଜୁଡୋ ଆଧାରିତ ଆତ୍ମରକ୍ଷା କାର୍ଯ୍ୟଶାଳା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟଶାଳାରେ କିସର ପ୍ରାୟ ୫୦୦ ଜଣ ଛାତ୍ରୀ ଯୋଗଦେଇ ଜୁଡୋର ବିଭିନ୍ନ ସ୍ୱୟଂରକ୍ଷା କୌଶଳ ଶିଖିଥିଲେ।

ଏହି ଅବସରରେ ଭୁବନେଶ୍ୱର ଉପଜିଲ୍ଲାପାଳ ଡଃ ମନୋରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ମାନଙ୍କ ଉତମ ସମାଜ ଗଠନରେ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟଶାଳାରେ ଆନ୍ତର୍ଜାତୀୟ ଜୁଡୋ ରେଫେରୀ କାନ୍ଦନ ମୁର୍ମୁ ଏବଂ ଆନ୍ତର୍ଜାତୀୟ ଜୁଡୋ ରେଫେରୀ ଶ୍ରୀମତୀ ଗୀତାଞ୍ଜଳି ପଣ୍ଡା ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଜୁଡୋ ଆଧାରିତ ସ୍ୱୟଂରକ୍ଷା ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ଏହି ପ୍ରଶିକ୍ଷଣ ମାଧ୍ୟମରେ ଛାତ୍ରୀମାନେ ନିଜକୁ ସୁରକ୍ଷିତ ରଖିବା ସହିତ ଆତ୍ମବିଶ୍ୱାସ ବଢ଼ାଇବାର ମୂଲ୍ୟବାନ କୌଶଳ ଅର୍ଜନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande