
ଭୁବନେଶ୍ୱର, ୦୬ ମାର୍ଚ୍ଚ (ହି.ସ)- ନିଳାଦ୍ରୀ ବିହାର ସେକ୍ଟର ୨ ଅଂଚଳରେ ଜଣେ ଯୁବକଙ୍କୁ ଛୁରାମାଡ଼ ଅଭିଯୋଗ ହୋଇଛି। ଦୁର୍ବୃତମାନେ ଛୁରୀ ମାଡ଼ କରି ଯୁବକଙ୍କୁ ଲହୁଲୁହାଣ କରିଛି। ଆହତ ଜଣଙ୍କ ହେଉଛନ୍ତି ଉତ୍ପଳ କୁମାର ନାୟକ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଛୁରାମାଡ଼ ହୋଇଥିବା ଜଣାପଡିଛି । ଚନ୍ଦ୍ରଶେଖରପୁର ଥାନା ପୋଲିସ ଏତଲା ପାଇବା ପରେ ତଦନ୍ତ ଆରମ୍ଭ କରିଛି । ତେବେ ସ୍ଥାନୀୟ କିଛି ଯୁବକ ଛୁରାମାଡ଼ କରିଥିବା ଜଣାପଡ଼ିଛି । ପୋଲିସ ମଧ୍ୟ ୨ ଜଣଙ୍କୁ ଚିହ୍ନଟ କରି ଛାନଭିନ ଆରମ୍ଭ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା