
ପୁରୀ, ୦୬ ମାର୍ଚ୍ଚ (ହି.ସ.) - ପୁରୀ ଜିଲ୍ଲାରେ ଅପେରସନ ଚକ୍ର ଆଧାରରେ ଅବୈଧ ମଦ ବ୍ୟବସାୟ ବିରୋଧରେ ପୁଲିସ ପକ୍ଷରୁ ଚାଲିଥିବା ବିଶେଷ ଅଭିଯାନ ଅନୁସାରେ କୁମ୍ଭାରପଡା ଥାନା ପୁଲିସ ଆଜି ଶୁକ୍ରବାର ଦିନ ୱାସି.ସୁପ୍ରଭା ମଞ୍ଜରୀ ସାହୁ ଙ୍କ ନେତୃତ୍ୱରେ ଥାନା ଅଂଚଳର ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରି ତିନୋଟି ଏକ୍ସାଇଜ ମାମଲା ରୁଜୁ କରିବାରେ ସଫଳ ହୋଇଛନ୍ତି।ଏହି ଚଢ଼ାଉ ସମୟରେ ଅବୈଧ ଭାବେ ବିକ୍ରି ପାଇଁ ରଖାଯାଇଥିବା ମୋଟ ୩୮. ୬ ଲିଟର ଦେଶୀ ମଦ ଜବତ କରାଯିବା ସହିତ ତିନି ଜଣ ମହିଳା ଅଭିଯୁକ୍ତାଙ୍କୁ ଗିରଫ କରାଯାଇଅଛି।ସନ୍ତୋଷି ନାୟକ (୩୫ ) ସ୍ୱାମୀ ପ୍ରସନ୍ନ ନାୟକ - ମଙ୍ଗଳାସାହି , ନରେନ୍ଦ୍ରକୋଣ, ଥାନା କୁମ୍ଭାରପଡ଼ା , ଜିଲ୍ଲା -ପୁରୀ, ସୁଷମା ଭୋଇ(୩୮) ସ୍ୱାମୀ - ଦାଶରଥି ଭୋଇ, ବିଶେଶ୍ୱରୀ ଲେନ , କୁମ୍ଭାରପଡା , ଜିଲ୍ଲା ପୁରୀ, ସୀତା ଭୋଇ (୫୦ ) ସ୍ୱାମୀ-ରଞ୍ଜନ ଭୋଇ, ବିଶେଶ୍ୱରୀ ଲେନ , ଥାନା -କୁମ୍ଭାରପଡା ଜିଲ୍ଲା -ପୁରୀ ।
ଏହି ସମ୍ବନ୍ଧରେ କୁମ୍ଭାରପଡା ଥାନା କେସ ନଂ୧୨୩ /୨୬,୧୨୪ /୨୬, ଓ ୧୨୫ /୨୬ ଅନୁସାରେ ମାମଲା ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତାମାନଙ୍କୁ ଆଜିଏସ ଡି ଜେ ଏମ ଅଦାଲତରେ ହାଜର କରାଯାଇଛି। ପ୍ରକାଶ ଥାଉକି ଉପୋରକ୍ତ ଅଭିଯୁକ୍ତାମାନେ ପେସାଦାର ଅପରାଧୀ ହୋଇଥିବାରୁ ଏମାନଙ୍କ ବିରୁଦ୍ଧରେ ଧାରା ୧ ୨୯ ବି ଏନ ଏସ ଏସ ରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସୁପାରିଶ କରାଯାଇଛି । ପୁରୀ ପୁଲିସ ପକ୍ଷରୁ ଅବୈଧ ମଦ ବ୍ୟବସାୟ ବିରୋଧରେ ଏହି ପ୍ରକାର ଚଢ଼ାଉ ଓ ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସୂଚନା ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ