ପୂର୍ବତଟ ରେଳପଥ ଓ ଇକୋର ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
ଭୁବନେଶ୍ୱର, ୦୬ ମାର୍ଚ୍ଚ (ହି.ସ)- ପୂର୍ବ ତଟ ରେଳପଥ, ପୂର୍ବ ତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ସହିତ ମିଳିତ ସହଯୋଗରେ ଭୁବନେଶ୍ୱର ସ୍ଥିତ ରେଳ ଅଡିଟୋରିୟମ୍ ଠାରେ ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୬ ପାଳନ କରିଛି। ଏହି ଅବସରରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ମହିଳା କର୍ମଚାରୀମାନଙ୍କର ଅବଦାନକୁ ସମ୍ମାନ
fh


ଭୁବନେଶ୍ୱର, ୦୬ ମାର୍ଚ୍ଚ (ହି.ସ)- ପୂର୍ବ ତଟ ରେଳପଥ, ପୂର୍ବ ତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ସହିତ ମିଳିତ ସହଯୋଗରେ ଭୁବନେଶ୍ୱର ସ୍ଥିତ ରେଳ ଅଡିଟୋରିୟମ୍ ଠାରେ ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୬ ପାଳନ କରିଛି। ଏହି ଅବସରରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ମହିଳା କର୍ମଚାରୀମାନଙ୍କର ଅବଦାନକୁ ସମ୍ମାନିତ କରାଯାଇଛି ।

ଏହି ଅବସରରେ, ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇକୋର ମହିଳା କଲ୍ୟାଣ ସଂଗଠନ ସଭାପତି ,ଶ୍ରୀମତୀ କବିତା ଫୁଙ୍କୱାଲ୍ ମହିଳା ରେଳ କର୍ମଚାରୀମାନଙ୍କୁ ସମ୍ବୋଧିତ କରି ସେମାନଙ୍କର ଅନ୍ତର୍ନିହିତ ଶକ୍ତି ଓ କ୍ଷମତାକୁ ଚିହ୍ନଟ କରିବା ସହିତ , ଆତ୍ମବିଶ୍ୱାସ ଓ ଦୃଢ ସଂକଳ୍ପ ସହିତ କାମ କରିବାକୁ ଏବଂ ସମର୍ପଣ ଭାବ ଓ ସଫଳତା ମାଧ୍ୟମରେ ଅନ୍ୟମାନଙ୍କୁ ପ୍ରେରଣା ଦେଇ ସଂଗଠନର ବିକାଶ ଓ ପ୍ରଗତିରେ ଯୋଗଦାନ ଜାରି ରଖିବାକୁ ଉତ୍ସାହିତ କରିଥିଲେ ।ମୁଖ୍ୟ ବ୍ୟକ୍ତା ଭାବେ ଶ୍ରୀମତୀ କାନ୍ତା ମହାନ୍ତି, ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନ ଖୋର୍ଦ୍ଧା ଜିଲ୍ଲା ଶିଶୁ କଳ୍ୟାଣ ସମିତିର ଅଧ୍ୟକ୍ଷା ଏବଂ ପୋସ୍ ପ୍ରଶିକ୍ଷିକା ଯୋଗଦେଇଥିଲେ ।ଏହି ଅବସରରେ , ମୋଟ ୩୧ ଜଣ ମହିଳା ରେଳ କର୍ମଚାରୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ଏବଂ ସଫଳତା ପାଇଁ ସମ୍ମାନିତ କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ ଅସାଧାରଣ ଓ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ୧୫ ଜଣ ମହିଳା ରେଳ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ହାସଲ କରିଥିବା ୧୬ ଜଣ ମହିଳା କର୍ମଚାରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।ଜୋନର ସମସ୍ତ ମଣ୍ଡଳ ମୁଖ୍ୟାଳୟରେ ମଧ୍ୟ ଏହି ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା।

ପୂର୍ବତଟ ରେଳପଥର ମୁଖ୍ୟ କାର୍ମିକ ଅଧିକାରୀ(ଔଦ୍ୟୋଗିକ ସମ୍ପର୍କ) ଅଞ୍ଜନ ରାୟ ଆୟୋଜିତ କାର୍ଯ୍ୟକ୍ରମର ସଂଯୋଜନା କରି ରେଳପଥରେ ମହିଳା କର୍ମଚାରୀମାନଙ୍କ ବହୁମୂଲ୍ୟ ଅବଦାନ ପାଇଁ ଅଭିନନ୍ଦନ ଜଣାଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande