ଅଖିଳ ଭାରତ କୃଷକସଭା ତରଫରୁ ୭ଦଫା ଦାବିପତ୍ର ପ୍ରଦାନ
କେନ୍ଦ୍ରାପଡା, ୭ ମାର୍ଚ୍ଚ (ହି.ସ.)- ଅଖିଳ ଭାରତ କୃଷକସଭା ଏ.ଆଇ.କେ.ଏସ. କେନ୍ଦ୍ରାପଡା ଜିଲ୍ଲା କମିଟି ତରଫରୁ ଏକ ସାତଦଫା ସମ୍ବଳିତ ଦାବିପତ୍ର କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ସମସ୍ତ ମଣ୍ଡିଗୁଡିକୁ ସୁବ୍ୟବସ୍ଥିତ କରାଯାଇ ସମ
ଅଖିଳଭାରତକୃଷକସଭାତରଫରୁ ୭ଦଫା ଦାବିପତ୍ର ପ୍ରଦାନ ।


କେନ୍ଦ୍ରାପଡା, ୭ ମାର୍ଚ୍ଚ (ହି.ସ.)- ଅଖିଳ ଭାରତ କୃଷକସଭା ଏ.ଆଇ.କେ.ଏସ. କେନ୍ଦ୍ରାପଡା ଜିଲ୍ଲା କମିଟି ତରଫରୁ ଏକ ସାତଦଫା ସମ୍ବଳିତ ଦାବିପତ୍ର କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ସମସ୍ତ ମଣ୍ଡିଗୁଡିକୁ ସୁବ୍ୟବସ୍ଥିତ କରାଯାଇ ସମସ୍ତ ଚାଷୀଙ୍କ ଠାରୁ ସମସ୍ତ ଧାନ କିଣାଯାଉ । ଟୋକନ୍ ପାଇନଥିବା ତାରିଖ ପଳାଇଥିବା ଭାଗଚାଷୀ ଧାନ କିଣାରୁ ମନା କରିବା ବନ୍ଦ ହେଉ । ଅଖାକୁ ଆଗରୁ ନଦେଇ ବର୍ତ୍ତମାନ ଦେବାଦ୍ୱାରା ଯେଉଁ କ୍ଷତି ଚାଷୀ ସହିଛି ତାକୁ ପୂରଣ କରାଯାଉ । ଚାଷୀଙ୍କୁ ଧାନ କ୍ୱିଣ୍ଟାଲ୍ ୩୧୨୯ ଟଙ୍କା ପ୍ରଦାନ କରିବା ସଂଗେସଂଗେ ଚାଷୀଶୋଷଣ ବନ୍ଦ କରାଯାଉ, ରାଜନଗର ଚାଷୀ ତ୍ରିଲୋଚନ ନାଥଙ୍କୁ କ୍ଷତିପୂରଣ ସହିତ ଜଣଙ୍କୁ ନିଯୁକ୍ତି ଓ ବିଚାରବିଭାଗୀୟ ତଦନ୍ତ ହେଉ ।

ଏହି ଦାବିପତ୍ର ପ୍ରଦାନ ସମୟରେ ରମଣୀରଂଜନ ରାଉତରାୟ, ଆଦିକନ୍ଦ ରାଉଳ, ସୁହାନାବେଗମ୍, ବିକାଶଚନ୍ଦ୍ରବେଉରା, ସୀତାକାନ୍ତ ନାୟକ, କେଦାରନାଥ ସାମନ୍ତରାୟ, ପ୍ରମୋଦ ରାଉତ, ପ୍ରତ୍ୟୁଷରଂଜନ ବେଉରା, ସୋମେନ୍ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande