ଇନ୍ଦ୍ରାବତୀ ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସଵ
ମୁଖୀଗୁଡା, ୭ ମାର୍ଚ୍ଚ (ହି.ସ.)- ଇନ୍ଦ୍ରାବତୀ ଡିଗ୍ରୀ ମହାବିଦ୍ୟାଳୟ ଜୟପାଟଣାର ୩୭ତମ ବାର୍ଷିକୋତ୍ସବ ପାଳନ ସହ ନୂତନ କୋଠାର ଶୁଭଉଦଘାଟନ କରାଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ବୈଦ୍ୟନାଥ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପୁରାତନ ଛାତ୍ର ତଥା ଲାଞ
Iv college


ମୁଖୀଗୁଡା, ୭ ମାର୍ଚ୍ଚ (ହି.ସ.)- ଇନ୍ଦ୍ରାବତୀ ଡିଗ୍ରୀ ମହାବିଦ୍ୟାଳୟ ଜୟପାଟଣାର ୩୭ତମ ବାର୍ଷିକୋତ୍ସବ ପାଳନ ସହ ନୂତନ କୋଠାର ଶୁଭଉଦଘାଟନ କରାଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ବୈଦ୍ୟନାଥ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପୁରାତନ ଛାତ୍ର ତଥା ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିସାରୀ, ମୁଖ୍ୟ ବକ୍ତା ଭାବେ ଗବେଷକ ସତ୍ୟନାରାୟଣ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଜୟପାଟଣା ତହସିଲଦାର ସୁଶ୍ରୀ ଦୀପ୍ତିରେଖା ବାଗ, ଓ ବିଜେପି ନେତା ଅବିନାଶ ନନ୍ଦ ଯୋଗଦେଇଥିଲେ। ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ମୁଖ୍ୟ ଅତିଥି ଶ୍ରୀ ଦିଶାରୀ ମହାବିଦ୍ୟାଳୟରେ ପଢ଼ୁଥିବା ସମୟର ସ୍ମୃତିଚାରଣ କରିଥିଲେ। ସେ ଛାତ୍ର ଛାତ୍ରୀ ମାନଙ୍କୁ ଭଲ ପାଠ ପଢ଼ିବା ପାଇଁ ପରାମର୍ଶ ଦେବା ଲୋକଙ୍କ ସେବା କରିବା ପାଇଁ ପରାମର୍ଶ ଦେଇଥିଲେ l ମୁଖ୍ୟ ବକ୍ତା ଶ୍ରୀ ମହାପାତ୍ର କଳାହାଣ୍ଡିର ଇତିହାସ ସହିତ ବର୍ତ୍ତମାନର କିପରି ସମ୍ପର୍କ ରହିଛି ସେ ସମ୍ପର୍କରେ ନିଜର ମତାମତ ଉପସ୍ଥାପନ କରିଥିଲେ।

ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଇଂରାଜୀ ଅଧ୍ୟାପକ ମାନସ ପଣ୍ଡା ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande