ଅଟୋ ଧକ୍କାରେ ବାଇକ ଆରୋହୀ ଓ ସହଯାତ୍ରୀ ଆହତ
କୋରେଇ, ୦୭ ମାର୍ଚ୍ଚ (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଟିକର ପୋଲ ନିକଟରେ ଆଜି ମଧ୍ୟାନ୍ନରେ ଏକ ଅଟୋ ବାଇକ ଆରୋହୀକୁ ଧକ୍କାମାରି ପଳାଇଥିବା ବେଳେ ବାଇକ ଆରୋହୀ ସସ୍ତ୍ରୀକ ଆହତ ହୋଇଛନ୍ତି । ସେମାନଙ୍କୁ ରାଜପଥ ଆମ୍ବୁଲାନ୍ସରେ ଯାଜପୁର ମୁଖ୍ୟ ଚିକତ୍ସାଳୟକୁ ପଠାଯାଇଛି ।
ଅଟୋ ଧକ୍କାରେ ବାଇକ ଆରୋହୀ ଓ ସହଯାତ୍ରୀ ଆହତ


କୋରେଇ, ୦୭ ମାର୍ଚ୍ଚ (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଟିକର ପୋଲ ନିକଟରେ ଆଜି ମଧ୍ୟାନ୍ନରେ ଏକ ଅଟୋ ବାଇକ ଆରୋହୀକୁ ଧକ୍କାମାରି ପଳାଇଥିବା ବେଳେ ବାଇକ ଆରୋହୀ ସସ୍ତ୍ରୀକ ଆହତ ହୋଇଛନ୍ତି । ସେମାନଙ୍କୁ ରାଜପଥ ଆମ୍ବୁଲାନ୍ସରେ ଯାଜପୁର ମୁଖ୍ୟ ଚିକତ୍ସାଳୟକୁ ପଠାଯାଇଛି । ପ୍ରକାଶଯେ ବରୁଣ୍ଡାଇ ଅଂଚଳର ଏକ ଦମ୍ପତି ଏକ ବାଇକ ଯୋଗେ କତରାପୁର କାଳୀଙ୍କ ନିକଟକୁ ଯାଇଥିଲେ । ସେଠାରୁ ପୂଜାର୍ଚ୍ଚନା ସାରି ବରୁଣ୍ଡାଇ ଫେରୁଥିଲେ । ମାତ୍ର ଟିକର ପୋଲ ନିକଟରେ ଏକ ନାଲି ରଂଗର ଅଟୋ ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ରାସ୍ତା ଉପରେ ଖସିପଡିବା ଫଳରେ ଉଭୟ ଦମ୍ପତି ଆହତ ହୋଇଥିବା ବେଳେ ପତ୍ନୀ ଅଧିକ ଆହତ ହୋଇଥିଲେ । ଆମେ ଆପଣଙ୍କ ପାଇଁ ହେଲପିଂଗ ଗ୍ରୁପର ସଦସ୍ୟ ଓ ପୁଲିସ ପହଂଚି ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଯାଜପୁର ମୁଖ୍ୟ ଛିକିଓôାଳୟକୁ ପଠାଇଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande