ଅଟୋ ଧକ୍କାରେ ବାଇକ୍ ଆରୋହୀ ଓ ସହଯାତ୍ରୀ ଆହତ
କୋରାଇ,୦୭ ମାର୍ଚ୍ଚ(ହି.ସ.) – ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଟିକର ପୋଲ ନିକଟରେ ଆଜି ମଧ୍ୟାନ୍ନରେ ଏକ ଅଟୋ ବାଇକ୍ ଆରୋହୀକୁ ଧକ୍କାମାରି ପଳାଇଥିବାବେଳେ ବାଇକ ଆରୋହୀ ସସ୍ତ୍ରୀକ ଆହତ ହୋଇଛନ୍ତି। ସେମାନଙ୍କୁ ରାଜପଥ ଆମ୍ବୁଲାନ୍ସରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ପ୍
ଅଟୋ ଧକ୍କାରେ ବାଇକ୍ ଆରୋହୀ ଓ ସହଯାତ୍ରୀ ଆହତ


କୋରାଇ,୦୭ ମାର୍ଚ୍ଚ(ହି.ସ.) – ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଟିକର ପୋଲ ନିକଟରେ ଆଜି ମଧ୍ୟାନ୍ନରେ ଏକ ଅଟୋ ବାଇକ୍ ଆରୋହୀକୁ ଧକ୍କାମାରି ପଳାଇଥିବାବେଳେ ବାଇକ ଆରୋହୀ ସସ୍ତ୍ରୀକ ଆହତ ହୋଇଛନ୍ତି। ସେମାନଙ୍କୁ ରାଜପଥ ଆମ୍ବୁଲାନ୍ସରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ପ୍ରକାଶ ଯେ ବରୁଣ୍ଡାଇ ଅଂଚଳର ଏକ ଦମ୍ପତି ଏକ ବାଇକ୍ ଯୋଗେ କତରାପୁର କାଳୀଙ୍କ ନିକଟକୁ ଯାଇଥିଲେ। ସେଠାରୁ ପୂଜାର୍ଚ୍ଚନା ସାରି ବରୁଣ୍ଡାଇ ଫେରୁଥିଲେ। ମାତ୍ର ଟିକର ପୋଲ ନିକଟରେ ଏକ ନାଲି ରଙ୍ଗର ଅଟୋ ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ରାସ୍ତା ଉପରେ ଖସିପଡ଼ିବା ଫଳରେ ଉଭୟ ଦମ୍ପତି ଆହତ ହୋଇଥିବାବେଳେ ପତ୍ନୀ ଅଧିକ ଆହତ ହୋଇଥିଲେ। ଆମେ ଆପଣଙ୍କ ପାଇଁ ହେଲପିଂଗ ଗ୍ରୁପର ସଦସ୍ୟ ଓ ପୁଲିସ ପହଂଚି ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଯାଜପୁର ମୁଖ୍ୟ ଛିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି।

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande