ଗଣେଶଙ୍କୁ ପ୍ରସେଶନ ଲାଇଟରେ ବୁହାଇବାକୁ ନେଇ ଚର୍ଚ୍ଚା, ଭଗବାନ ଗଣେଷଙ୍କୁ ଅପମାନ
ଭଦ୍ରକ, ୭ ମାର୍ଚ୍ଚ (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଚୁଡ଼ାକୁଟି ଠାରେ ଅନୁଷ୍ଠିତ ହେଉଥିବା ମେଲଣ ରେ ମେଢ଼ ପ୍ରସେଶନ ସମୟରେ ଭଗବାନ ଶ୍ରୀ ଗଣେଶଙ୍କ ମୂର୍ତିକୁ ଲାଇଟ୍ ଷ୍ଟାଣ୍ଡ ରେ ବୁହାଯାଉଥିବା ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖାଦେଇଛି ଏବଂ ଭକ୍ତ ଙ୍କ ମନରେ ଅସନ୍ତୋଷ ଦେଖା ଦ
BHAGABAN GANESH NKU APAMAN


ଭଦ୍ରକ, ୭ ମାର୍ଚ୍ଚ (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଚୁଡ଼ାକୁଟି ଠାରେ ଅନୁଷ୍ଠିତ ହେଉଥିବା ମେଲଣ ରେ ମେଢ଼ ପ୍ରସେଶନ ସମୟରେ ଭଗବାନ ଶ୍ରୀ ଗଣେଶଙ୍କ ମୂର୍ତିକୁ ଲାଇଟ୍ ଷ୍ଟାଣ୍ଡ ରେ ବୁହାଯାଉଥିବା ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖାଦେଇଛି ଏବଂ ଭକ୍ତ ଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି। ପ୍ରସେଶନ ସମୟରେ ୮ ରୁ ୧୦ ଟି ଗଣେଶ ମୂର୍ତିର ମୁଣ୍ଡ ଉପରେ ଲାଇଟ୍ ଲଦାଇ ରଖାଯାଇଥିବା ଓ ପଛରୁ କେତେକ ଲୋକ ଏହାକୁ ଠେଲି ଠେଲି ଆଗକୁ ନେଉଥିବା ଦୃଶ୍ୟ ଦେଖି ଅନେକ ଲୋକ ଆପତି ଜଣାଇଛନ୍ତି। ଲୋକଙ୍କ କହିବା ଅନୁଯାୟୀ ହିନ୍ଦୁ ଧର୍ମରେ ଦେବାଦେବୀଙ୍କୁ ଅତ୍ୟନ୍ତ ଶ୍ରଦ୍ଧା ଓ ସମ୍ମାନ ସହ ପୂଜା କରାଯାଏ। ଭଗବାନ ଶ୍ରୀ ଗଣେଶଙ୍କୁ ଶ୍ରେଷ୍ଠ ଓ ପ୍ରଥମ ପୂଜ୍ୟ ଦେବତା ଭାବେ ମାନି ଥାନ୍ତି ଓ ପ୍ରତ୍ୟେକ ଶୁଭ କାର୍ଯ୍ୟ ତାଙ୍କ ନାମ ସ୍ମରଣରେ ଆରମ୍ଭ ହୋଇଥାଏ। ଏହିପରି ଶ୍ରଦ୍ଧାର ପ୍ରତୀକ ଦେବତାଙ୍କ ମୂର୍ତିକୁ ଲାଇଟ୍ ବୁହାଇବା ପାଇଁ ବ୍ୟବହାର କରାଯିବାକୁ କେତେକ ଲୋକେ ଶ୍ରୀ ଗଣେଶ ଙ୍କୁ ଅପମାନ ବୋଲି କହିଛନ୍ତି। ସୁଚନା ଥାଉକି ଶୁକ୍ରବାର ରାତିରେ ଆରମ୍ଭ ହୋଇଥିବା ଚୁଡ଼ାକୁଟି ମେଲଣ ରେ ବିଭିନ୍ନ ପଂଚାୟତ ର ଠାକୁର ବାଡି ରୁ ମେଢ଼ ଆଶିଥିଲେ। ରାଜ୍ୟ ଓ ରାଜ୍ୟ ବାହାରୁ ସାଉଣ୍ଡ, ଲାଇଟ୍ ଓ ନୃତ୍ୟ ଭଳି ପ୍ରଦର୍ଶନୀ ପ୍ରତିଯୋଗିତା ମଧ୍ୟ ହୋଇଥିଲା। ଏହି ମେଲଣ କୁ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମେ।ତେବେ ଏହି ପ୍ରଷେଶନ ରେ ପ୍ରଭୁ ଶ୍ରୀଗଣେଶ ଙ୍କୁ ଯେପରି ଭାବରେ ବ୍ୟବହାର କରା ଯାଇଥିଲା ତାହା ସଧାରଣ ଭକ୍ତ ଙ୍କ ମନରେ ଆଘାତ ଦେଇଚି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ମେଲଣ କମିଟିର ଭୂମିକା ଉପରେ ପ୍ରଶ୍ନ ଉଠାଇଥିବା ବେଳେ ଆଗାମୀଦିନରେ ଏପରି ଘଟଣା ପୁନରାବୃତି ନ ହେବା ପାଇଁ ପ୍ରଶାସନ ଓ ମେଲଣ କମିଟି ସଚେତନ ହେବାକୁ ଦାବି କରିଛନ୍ତି। ତେବେ ହିନ୍ଦୁ ଙ୍କ ଦେବତା ଶ୍ରୀ ଗଣେଶ ଙ୍କୁ ଏପରି ପ୍ରସେଶନ୍ ରେ ବ୍ୟବହାର କରିବା ନିହାତି ଦୁଃଖ ଦାୟକ ଘଟଣା ବୋଲି ସମାଜ ସେବି ତଥା ପଣ୍ଡିତ ଦୟାନିଧି ମିଶ୍ର କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande