ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ଆଶାୟୀ ଶିକ୍ଷକ ସଂଘର ବିକ୍ଷୋଭ ପ୍ରଦର୍ଶନ
Bhubaneswar, 07 ମାର୍ଚ୍ଚ (ହି.ସ.) ବିଧାନସଭା ସମ୍ମୁଖରେ ଥିବା ଲୋୟର ପିଏମ୍ଜିରେ ଅଲ୍ ଓଡ଼ିଶା ଏସ.ସି., ଏସ୍.ଟି. ଟି.ଜି.ଟି. ଶିକ୍ଷକ ଆଶାୟୀ ସଂଘର ୨୭୯୮ ବ୍ୟାକ୍ଲଗ୍ ପୂରଣ ନିମନ୍ତେ ସରକାରଙ୍କୁ ପୁନର୍ବାର ଅବଗତ କରାଇବା ପାଇଁ ତଥା ଦାବି ପୂରଣ ପାଇଁ ବହୁ ସଂଖ୍ୟାରେ ଆଶାୟୀମାନେ ଧାରଣାରେ ବସିଥିଲେ,
ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ଆଶାୟୀ ଶିକ୍ଷକ ସଂଘର ବିକ୍ଷୋଭ ପ୍ରଦର୍ଶନ


Bhubaneswar, 07 ମାର୍ଚ୍ଚ (ହି.ସ.)

ବିଧାନସଭା ସମ୍ମୁଖରେ ଥିବା ଲୋୟର ପିଏମ୍ଜିରେ ଅଲ୍ ଓଡ଼ିଶା ଏସ.ସି., ଏସ୍.ଟି. ଟି.ଜି.ଟି. ଶିକ୍ଷକ ଆଶାୟୀ ସଂଘର ୨୭୯୮ ବ୍ୟାକ୍ଲଗ୍ ପୂରଣ ନିମନ୍ତେ ସରକାରଙ୍କୁ ପୁନର୍ବାର ଅବଗତ କରାଇବା ପାଇଁ ତଥା ଦାବି ପୂରଣ ପାଇଁ ବହୁ ସଂଖ୍ୟାରେ ଆଶାୟୀମାନେ ଧାରଣାରେ ବସିଥିଲେ, ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସଂଘର ସଭାପତି ବାସୁଦେବ ବେହେରାଙ୍କ ନେତୃତ୍ୱରେ ଚାଲିଥିବା ଏହି ଧାରଣା ଓ ବିକ୍ଷୋଭରେ ବହୁ ସଂଖ୍ୟାରେ ଆଶାୟୀ ଶିକ୍ଷକମାନେ ଯୋଗଦେଇଥିଲେ । ଏଠାରେ ସୂଚାଇ ଦିଆଯାଏ ଯେ, ଶେଷଥର ପାଇଁ ବିଶେଷ ଟି.ଜି.ଟି. ନିଯୁକ୍ତି ଅଭିଯାନ ୨୦୧୯ରେ ଆୟୋଜିତ ହୋଇଥିଲା ଏବଂ ଏହାପରେ ଆଜି ପର୍ଯ୍ୟନ୍ତ ଦୀର୍ଘ ୭ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ବିଶେଷ ନିଯୁକ୍ତି ଅଭିଯାନ ହୋଇନାହିଁ, ଯେଉଁଥିରେ ଆର୍ଟସ୍, ପିସିଏମ୍, ସିଭିଜେଡ୍, ହିନ୍ଦୀ, ସଂସ୍କୃତ, ପିଇଟି, ଊର୍ଦ୍ଦୁ ଓ ତେଲ୍ଗୁ ବିଷୟରେ ୨୭୯୮ ବ୍ୟାକ୍ଲଗ୍ ପଦବୀ ଖାଲି ରହିଛି ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ନେତା ହୋଇଥିବା ବେଳେ ଆଦିବାସୀ ପିଲାମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ସଂଘର ସଭାପତି ବାସୁଦେବ ବେହେରା କ୍ଷୋଭ ପ୍ରକାଶ କରିଥିଲେ । ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ନିୟମାନୁଯାୟୀ ସାଧାରଣ ନିଯୁକ୍ତିରୁ ଉତ୍ପନ୍ନ ହୋଇଥିବା ଏସ.ସି. ଓ ଏସ୍.ଟି. ବ୍ୟାକ୍ଲଗ୍ ପଦବୀଗୁଡ଼ିକୁ ପୂରଣ କରିବା ପାଇଁ ବିଶେଷ ନିଯୁକ୍ତି ଅଭିଯାନ କରିବା ଆବଶ୍ୟକ ଏବଂ ଏ କ୍ଷେତ୍ରରେ ମଧ୍ୟ ଉଚ୍ଚ ନ୍ୟାୟାଳୟ ବ୍ୟାକ୍ଲଗ୍ ପଦବୀ ପାଇଁ ନିଯୁକ୍ତି ସପକ୍ଷରେ ରାୟ ଦେଇଥିଲେ ମଧ୍ୟ ସରକାର କୌଣସି କାର୍ଯ୍ୟକ୍ରମ କରୁନଥିବାରୁ ଆମେ ଆଜି ଆନେ୍ଦାଳନକୁ ରାଜରାସ୍ତାକୁ ଆସିଛୁ ଏବଂ ଆଗାମୀ ଦିନରେ ସରକାର ଯଦି ଆମ ଦାବି ପ୍ରତି ଅଣଦେଖା କରନ୍ତି, ଆନେ୍ଦାଳନ ଆହୁରି ତୀବ୍ରତର ହେବ ବୋଲି ସୂଚନା ଦେଇଛନ୍ତି ସଂଘର ସମ୍ପାଦକ ତପନ ପ୍ରଧାନ । ଏହି ଧାରଣାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ରାଜ୍ୟ ସିଏଲ୍ପି ଲିଡର ରାମଚନ୍ଦ୍ର କାଡାମ୍ ଯୋଗଦେଇ ଆଶାୟୀ ଶିକ୍ଷକମାନଙ୍କୁ ସେମାନଙ୍କ ଧୈର୍ଯ୍ୟର ଭୂୟସୀ ପ୍ରଶଂସା କରିବା ସହିତ ନିଜ ହକ୍ ପାଇଁ ଲଢ଼େଇ ଜାରି ରଖିବା ସହିତ ସରକାର ତୁରନ୍ତ ଏମାନଙ୍କ ଦାବି ପୂରଣ କରିବା ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଆହ୍ୱାନ ଦେଇଥିଲେ । ଏଠାରେ ଉଲ୍ଲେଖନୀୟ ଯେ, ମାଧ୍ୟମିକ ଶିକ୍ଷା ନିଦେ୍ର୍ଦଶାଳୟ ପତ୍ର ସଂଖ୍ୟା- ୨୭୨୯୮ ତାରିଖ ୨୫.୧୦.୨୦୨୫ରେ ଏକ ବୈଠକରେ ଏହି ବ୍ୟାକ୍ଲଗ୍ ପଦବୀ ପୂରଣ ପାଇଁ ସ୍ୱୀକାର କରିଥିଲେ ବି କୌଣସି ପଦକ୍ଷେପ ନ ନେବା ଦୁଃଖ ଓ ପରିତାପର ବିଷୟ ବୋଲି ରାଜ୍ୟରେ ଥିବା ୪୦ ହଜାରରୁ ଊଦ୍ଧ୍ୱର୍ ଆଶାୟୀ ଏସ.ସି., ଏସ୍.ଟି. ଶିକ୍ଷକ ସଂଘର ଉପସଭାପତି ସସ୍ମିତା ବେହେରା କହିଛନ୍ତି । ଆଗକୁ ସରକାର ଯଦି ଆମ କଥା ନ ବୁଝନ୍ତି, ତେବେ ସବୁ ଆଶାୟୀ ଶିକ୍ଷକ ଓ ତାଙ୍କର ସମସ୍ତ ପରିବାର ସଦସ୍ୟମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ସଂଘ ତରଫରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande