ସି ଆଇ. ଏସ. ଏଫ ର ୫୭ତମ ପ୍ରତିଷ୍ଠା ଦିବସ ରେ ରକ୍ତଦାନ ଶିବିର ଆୟୋଜିତ
ଜୟପୁର, ୦୭ ମାର୍ଚ୍ଚ (ହି.ସ.) - ନାଲକୋ କେନ୍ଦ୍ରୀୟ ସୁରକ୍ଷା ବାହିନୀ ତରଫରୁ ସି ଆଇ. ଏସ. ଏଫ. ର ୫୭ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସୁରକ୍ଷା ବିହାର ସ୍ଥିତ ଦରବାର ହଲରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବରିଷ୍ଠ କମାଣ୍ଡାଂଟ ସତ୍ୟଦେବ ଆର୍ଯ୍ୟା ଓ ତାଙ
ସି ଆଇ. ଏସ. ଏଫ ର ୫୭ତମ ପ୍ରତିଷ୍ଠା ଦିବସ ରେ ରକ୍ତଦାନ ଶିବିର ଆୟୋଜିତ


ଜୟପୁର, ୦୭ ମାର୍ଚ୍ଚ (ହି.ସ.) - ନାଲକୋ କେନ୍ଦ୍ରୀୟ ସୁରକ୍ଷା ବାହିନୀ ତରଫରୁ ସି ଆଇ. ଏସ. ଏଫ. ର ୫୭ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସୁରକ୍ଷା ବିହାର ସ୍ଥିତ ଦରବାର ହଲରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବରିଷ୍ଠ କମାଣ୍ଡାଂଟ ସତ୍ୟଦେବ ଆର୍ଯ୍ୟା ଓ ତାଙ୍କ ସହଧର୍ମିଣୀ ପୁନମ୍ ଆର୍ଯ୍ୟା ପ୍ରଦୀପ ପ୍ରଜ୍ୱଳନ କରି ଶିବିର ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମକୁ ପୂନମ ଆର୍ଯ୍ୟା, ବରିଷ୍ଠ କମାଣ୍ଡାଂଟ ସତ୍ୟଦେବ ଆର୍ଯ୍ୟା ଓ ତାଙ୍କ ପୁଅ ସୁଶାନ୍ତ ଆର୍ଯ୍ୟା ପ୍ରଥମେ ରକ୍ତଦାନ କରି ଶୁଭାରମ୍ଭ କରିଥିଲେ। ମୁଖ୍ୟ ଅତିଥିଙ୍କ ସହ ଡେପୁଟୀ କମାଣ୍ଡାଂଟ ନରେନ୍ଦ୍ର ସିଂ ଓ ତାଙ୍କ ପତ୍ନୀ ମୋହିତକ୍ଷ ସିଂ ମଧ୍ୟ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ରକ୍ତଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଆର୍ଯ୍ୟା ରକ୍ତଦାନ ଦ୍ୱାରା ଆମର ଫାଇଦା ହେଇ ଥାଏ ଓ କୋରାପୁଟ ମେଡ଼ିକାଲ କଲେଜରେ ରକ୍ତର ଅଭାବ ବିଷୟରେ ବୁଝାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କମାଣ୍ଡାଂଟ ନରେନ୍ଦ୍ର ସିଂ,ଇନ୍ସପେକ୍ଟର ଆର କେ ମହାରଣା, ରାନୀ ଜକ୍ଷକବ ଓ ଏଫ୍ ବି ଡି ଓ ର ରାଜ୍ୟ ସଭାପତି ଡ଼ଃ ନରେଶ ଚନ୍ଦ୍ର ସାହୁ ଓ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ତ୍ରିପାଠୀ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସହୀଦ ଲକ୍ଷ୍ମଣ ନାୟକ ବ୍ଲଡ ସେଂଟର୍ ଅଫିସର ଡଃ ଏମ୍ ଏସ. ବଳିଆରସିଂହ ଓ ଓଡ଼ିଶା ରକ୍ତଦାତା ମହାସଂଘର ଡ଼ଃ ନରେଶ ଚନ୍ଦ୍ର ସାହୁ ଓ ପ୍ରଦୀପ କୁମାର ତ୍ରିପାଠୀ ଓ ତପନ ସ୍ୱାଇଁଙ୍କ ତତ୍ୱାବଧାନରେ ବ୍ଲଡ ସେଣ୍ଟରର ରକ୍ତ ସଂଗ୍ରହକାରୀ ରଂଜିତ ସାହୁ, ଗୀତା ପରିଡ଼ା, ରବୀନ୍ଦ୍ର ମିଶ୍ର, ଅଜିତ ଗୌଡ଼ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ଉକ୍ତ ଶିବିରରେ ବହୁସଂଖ୍ୟାରେ ଯବାନ ସ୍ୱେଚ୍ଛାକୃତ ଭାବେ ପ୍ରଥମ ଥର ପାଇଁ ରକ୍ତଦାନ ରକ୍ତଦାନ କରିଥିଲେ। ଉକ୍ତ ଶିବିରକୁ ଆର୍ କେ ମହାରଣା ଇନ୍ସପେକ୍ଟର, ତପନ ,ପ୍ରଦୀପ ତ୍ରିପାଠୀ ପରିଚାଳନା କରିଥିଲେ । ଉକ୍ତ ଶିବିରରୁ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟସ୍ଥିତ ଓଡ଼ିଶା ରକ୍ତ ଭଣ୍ଡାର ଦ୍ୱାରା ୮ ଜଣ ମହିଳାଙ୍କ ସମେତ ସର୍ବମୋଟ ୫୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ରକ୍ତ ଶିକୁଳି ରୋଗୀମାନଙ୍କ ପାଇଁ ରକ୍ତ ର ଘୋର ଆବଶ୍ୟକତା ସମୟ ରେ ସି ଆଇ ଏସ (ସ୍ୱେଚ୍ଛାସେବୀ ମାନଙ୍କ )ଏହି ମହନୀୟ କାର୍ଯ୍ୟକୁ ଓଡ଼ିଶା ରକ୍ତଦାତା ମହାସଂଘର ସଭାପତି ଡଃ ନରେଶ ଚନ୍ଦ୍ର ସାହୁ ଖୁବ୍ ପ୍ରଶଂସା କରିଥିଲେ। ଓଡିଶା ରକ୍ତଦାତା ମହାସଂଘ ତରଫରୁ ମୁଖ୍ୟ ଅତିଥିଙ୍କ ସମେତ ସବୁ ରକ୍ତଦାତାଙ୍କୁ ସମ୍ମାନିତ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande