ପଦନପୁର ଗାଁରେ ମେଲଣରେ ବୋମାମାଡ଼, ନାବାଳକ ଗୁରୁତର
ଖୋର୍ଦ୍ଧା, ୦୭ ମାର୍ଚ୍ଚ (ହି.ସ.) - ଜଟଣୀ ଥାନା ଅନ୍ତର୍ଗତ ପଦନପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ମେଳଣ ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସାମାନ୍ୟ ବଚସା ପରେ ବୋମାମାଡ଼ ହୋଇଛି । ଏହି ବୋମମାଡରେ ଜଣେ ନାବାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିର
Boma


ଖୋର୍ଦ୍ଧା, ୦୭ ମାର୍ଚ୍ଚ (ହି.ସ.) - ଜଟଣୀ ଥାନା ଅନ୍ତର୍ଗତ ପଦନପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ମେଳଣ ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସାମାନ୍ୟ ବଚସା ପରେ ବୋମାମାଡ଼ ହୋଇଛି । ଏହି ବୋମମାଡରେ ଜଣେ ନାବାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ପଦନପୁର ଗାଁ ଛକରେ ପାରମ୍ପରିକ ମେଳଣ ଉତ୍ସବ ଚାଲିଥିଲା । ଶ୍ରଦ୍ଧାଳୁ ଓ ଗ୍ରାମବାସୀଙ୍କ ଭିଡ଼ ମଧ୍ୟରେ କୌଣସି କାରଣକୁ ନେଇ ଦୁଇଟି ଗୋଷ୍ଠୀ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ପରେ ଉଗ୍ର ରୂପ ହୋଇଥିଲା।ଦୁର୍ବୁତମାନେ ସେଠାରେ ବୋମାମାଡ଼ କରିଥିଲେ । ଘଟଣାସ୍ଥଳରେ ୨ଟି ବୋମା ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । ଗୁରୁତର ନାବାଳକଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଜଟଣୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରଯାଇଥିଲା।ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ ଡାକ୍ତରଖାନାରେ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ଜଟଣୀ ଥାନା ପୋଲିସ ତୁରନ୍ତ ପଦନପୁର ଗାଁରେ ପହଂଚି ତଦନ୍ତ ଆରମ୍ଭ କରିଛି । ବୋମାମାଡ଼ ପଛରେ କାହାର ହାତ ଅଛି ଏବଂ କେଉଁ କାରଣରୁ ଏହି ଗୋଷ୍ଠୀ ସଂଘର୍ଷ ଘଟିଲା, ସେନେଇ ପୋଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଥିବା ଜଣାପଡିଛି।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande