ବୋରିଗୁମ୍ମା ଥାନା ସମ୍ମୁଖରେ ଶବ ରଖି ରାଜପଥ ଅବରୋଧ
ଜୟପୁର, ୭ ମାର୍ଚ୍ଚ (ହି.ସ.)- ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି l କ୍ଷତିପୂରଣ ଦାବିରେ ଥାନା ସମ୍ମୁଖରେ ଶବ ରଖି ରାଜପଥ ଅବରୋଧ କରାଯାଇଛି । ବୋରିଗୁମ୍ମା ଥାନା ସମ୍ମୁଖରେ ୨୬ ନମ୍ବର ଜାତୀୟ ରାଜପଥରେ ଅବରୋଧ କାରଣରୁ ଗାଡି ଯାତାୟାତ ପୂରାପୂରି ଠପ ରହିଛି। ରାସ୍ତାର ଉଭୟ ପାର୍ଶ୍ୱର
ବୋରିଗୁମ୍ମା ଥାନା ସମ୍ମୁଖରେ ଶବ ରଖି ରାଜ ପଥ ଅବରୋଧ


ଜୟପୁର, ୭ ମାର୍ଚ୍ଚ (ହି.ସ.)- ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି l କ୍ଷତିପୂରଣ ଦାବିରେ ଥାନା ସମ୍ମୁଖରେ ଶବ ରଖି ରାଜପଥ ଅବରୋଧ କରାଯାଇଛି । ବୋରିଗୁମ୍ମା ଥାନା ସମ୍ମୁଖରେ ୨୬ ନମ୍ବର ଜାତୀୟ ରାଜପଥରେ ଅବରୋଧ କାରଣରୁ ଗାଡି ଯାତାୟାତ ପୂରାପୂରି ଠପ ରହିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

ଗତକାଲି ରାତିରେ ଚାରଗାଁ ଛକ ନିକଟରେ ଏକ ମହିନ୍ଦ୍ରା ଏସିବି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ମୃତ ବ୍ୟକ୍ତି ପିତାମ୍ବର ପୂଜାରୀ (୪୫)। ଗତକାଲି ସନ୍ଧ୍ୟା ସମୟରେ ପିତାମ୍ବର ପୂଜାରୀ ବୋରିଗୁମ୍ମାରୁ ନିଜ ଘର ଚାରଗାଁକୁ ବାଇକରେ ଯାଉଥିବା ବେଳେ ଚାରଗାଁ ଛକ ନିକଟରେ ଏକ ମହିନ୍ଦ୍ରା ଏସିବି ଗାଡ଼ି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ କ୍ଷତିପୂରଣ ଦାବିରେ ପରିବାର ଓ ସ୍ଥାନୀୟ ଲୋକେ ବୋରିଗୁମ୍ମା ଥାନା ସମ୍ମୁଖରେ ମୃତଦେହ ରଖି ରାସ୍ତାରୋକ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande