ଡେରାବିଶ ଜଳ ସମ୍ପଦ ସବଡ଼ିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରମୋଦ ରାୟଙ୍କ ଘର ଓ ଭଦ୍ରକ ଶଶୁର ଘର ସମେତ ୭ ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ, କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତି ଠାବ
ଭଦ୍ରକ, ୭ ମାର୍ଚ୍ଚ (ହି.ସ.) - ବାବୁ ଜଣଙ୍କ ମାତ୍ର ୧୫ ଶହ ଟଙ୍କାରେ ଚାକିରୀ ଜୀବନ ଆରମ୍ଭ କରିଥିଲେ। କିନ୍ତୁ ଏବେ କୋଟି କୋଟି ଟଙ୍କାର ମାଲିକ। ସେ ହେଲେ ଦୀର୍ଘ ୧୨ ବର୍ଷ ଧରି କେନ୍ଦ୍ରାପଡ଼ା ଜଳ ସମ୍ପଦ ବିଭାଗ ଅଧୀନରେ ଥିବା ଡେରାବିଶ ଜଳ ସମ୍ପଦ ସବଡ଼ିଭିଜନ ଛତାର ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ଅବସ
DERABISH JALA SAMPAD ENGINEER PRAMOD RAY VIGILANCE RAID


ଭଦ୍ରକ, ୭ ମାର୍ଚ୍ଚ (ହି.ସ.) - ବାବୁ ଜଣଙ୍କ ମାତ୍ର ୧୫ ଶହ ଟଙ୍କାରେ ଚାକିରୀ ଜୀବନ ଆରମ୍ଭ କରିଥିଲେ। କିନ୍ତୁ ଏବେ କୋଟି କୋଟି ଟଙ୍କାର ମାଲିକ। ସେ ହେଲେ ଦୀର୍ଘ ୧୨ ବର୍ଷ ଧରି କେନ୍ଦ୍ରାପଡ଼ା ଜଳ ସମ୍ପଦ ବିଭାଗ ଅଧୀନରେ ଥିବା ଡେରାବିଶ ଜଳ ସମ୍ପଦ ସବଡ଼ିଭିଜନ ଛତାର ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ଅବସ୍ଥାପିତ ଇଂ ପ୍ରମୋଦ ରାୟ। ନିଜ ସହ ପରିବାରଙ୍କ ନାମରେ ବିଭିନ୍ନ ସ୍ଥାନରେ ଆୟ ବହିର୍ଭୁତ ସମ୍ପତି ମଧ୍ୟରେ ବହୁ ମହଲା ବିଶିଷ୍ଟ ଏକାଧିକ ଘର ସମେତ ମୂଲ୍ୟବାନ ପ୍ଲଟ, ସ୍ୱର୍ଣ୍ଣ ଅଳଙ୍କାର ଓ ନଗଦ ଅର୍ଥ କୁ ଆଜି ଭିଜିଲାନ୍ସ ବିଭାଗ ଠାବ କରି ୭ ଟି ଉପରେ ରାତି ୩ ଟାରୁ ଚଢ଼ାଉ ଜାରି ରଖିଛି। ନିଜ ପୈତୃକ ଗ୍ରାମ ସମେତ ୨୦୨୪/୨୫ ମସିହାରେ ଭୁବନେଶ୍ୱର ବାଲିଅନ୍ତାରେ ପ୍ରାୟ ୮ ହଜାର ବର୍ଗଫୁଟ ଅଂଚଳରେ ନିର୍ମିତ ବିଳାସମୟ ଏକ ବହୁ ମୂଲ୍ୟବାନ ୪ ତାଲା କୋଠା ଓ ପ୍ରାୟ ୩ ହଜାର ବର୍ଗଫୁଟର ଏକ ପ୍ଲଟ,କଟକର ଚୌଦ୍ୱାରରେ ପ୍ରାୟ ୫୨ ଶହ ବର୍ଗଫୁଟ ଅଂଚଳରେ ଏକ ଦୁଇ ମହଲା କୋଠା ଓ ୨୫ ଶହ ବର୍ଗଫୁଟର ଏକ ପ୍ଲଟ, ନଗଦ ୪ ଲକ୍ଷ ୪୮ ହଜାର ୫ ଶହ ୮୦ ଟଙ୍କା, ୨ ଟି ଦୁଇଚକିଆ ଗାଡି କୁ ଭିଜିଲାନ୍ସ ବିଭାଗ ଠାବ କରି କୋଠା ଓ ପ୍ଲଟ ଗୁଡିକର ମାପ ଓ ମୂଲ୍ୟାୟନ ତାର ଟେକ୍ନିକାଲ ଉଇଙ୍ଗ ଦ୍ୱାରା କରୁଛି।ଏଥିସହ ଇଂ ଶ୍ରୀ ରା଼ୟଙ୍କର ଭଦ୍ରକ ଜିଲ୍ଲାର ତିହିଡି ଦୋଳସାହି ବୋଡଙ୍ଗରେ ଥିବା ଶଶୁର ଘର, ସମ୍ପର୍କୀୟଙ୍କ ଢେଙ୍କାନାଳ ଘର ସମେତ ବ୍ୟାଙ୍କ ଖାତା, ପୋଷ୍ଟାଲ ସହ ଅନ୍ୟ କୌଣସି ଅର୍ଥ ଲଗାଣକାରି ସଂସ୍ଥା ଗୁଡିକରେ କେଉଁ ପରିମାଣର ଅର୍ଥ ଜମା ଓ ନିବେଶ ହୋଇଛି, ତାହା ମଧ୍ୟ ତଲାସୀ ଜାରି ରହିଛି। ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ସବିଶେଷ ତଥ୍ୟ ଜଣାପଡିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande