
କେନ୍ଦ୍ରାପଡ଼ା,୦୭ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡା ଜିଲ୍ଲା ଓକିଲସଂଘ ନିର୍ବାଚନ ଆସନ୍ତା ୨୮ତାରିଖ ଅନୁଷ୍ଠିତ ଥିବାରୁ ଏ ନେଇ ତିନିଦିନ ନାମାଙ୍କନ ପତ୍ରର ତାରିଖ ଧାର୍ଯ୍ୟ କରାଯାଇଛି। ଶନିବାର, ରବିବାର ଓ ସୋମବାର ନାମାଙ୍କନ ପତ୍ର ଦାଖଲ କରିବାର ସମୟ ଥିବାରୁ ଆଜି ପ୍ରଥମଦିନ ଶନିବାର ଯୁଗ୍ମସମ୍ପାଦକ ଭାବେ ରଞ୍ଜନ କୁମାର ସେଠୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଜିଲ୍ଲା ଓକିଲସଂଘ ନିର୍ବାଚନ ଅଧିକାରୀ ପ୍ରଭାତ କୁମାର ପ୍ରଧାନ ସୂଚନା ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି