ସୁବର୍ଣ୍ଣପୁର ପୋଲିସକୁ ବଡ଼ ସଫଳତା-୮ କ୍ୱିଂଟାଲ ୯୧ କେଜି ଗଞ୍ଜେଇ ଜବତ, ୧ ଗିରଫ
ସୁବର୍ଣ୍ଣପୁର,୦୭ ମାର୍ଚ୍ଚ(ହି.ସ.) – ଗଞ୍ଜେଇ କାରବାର ରୋକିବାରେ ସୁବର୍ଣ୍ଣପୁର ପୋଲିସକୁ ମିଳିଛି ବଡ଼ ସଫଳତା। ଜିଲ୍ଲାର ବିଭିନ୍ନ ସ୍ଥାନରୁ ଗତକାଲି ରାତି ରେ ବିପୁଳ ପରିମାଣର ୮ କ୍ୱିଂଟାଲ ୯୧ କେଜି ଗଞ୍ଜେଇ, ୩ ଗୋଟି ଚାରି ଚକିଆ ଗାଡି ସହ ଜଣକୁ ଗିରଫ କରିଛି ସୋନପୁର ପୁଲିସ୍। ବେପାରୀ ମାନଙ୍କ ଦ୍ୱାରା
ସୁବର୍ଣ୍ଣପୁର ପୋଲିସ କୁ ବଡ଼ ସଫଳତା*-୮ କ୍ଵିଣ୍ଟାଲ ୯୧ କେଜି ଗଞ୍ଜେଇ ଜବତ; ୧ ଗିରଫ*- *


ସୁବର୍ଣ୍ଣପୁର,୦୭ ମାର୍ଚ୍ଚ(ହି.ସ.) – ଗଞ୍ଜେଇ କାରବାର ରୋକିବାରେ ସୁବର୍ଣ୍ଣପୁର ପୋଲିସକୁ ମିଳିଛି ବଡ଼ ସଫଳତା। ଜିଲ୍ଲାର ବିଭିନ୍ନ ସ୍ଥାନରୁ ଗତକାଲି ରାତି ରେ ବିପୁଳ ପରିମାଣର ୮ କ୍ୱିଂଟାଲ ୯୧ କେଜି ଗଞ୍ଜେଇ, ୩ ଗୋଟି ଚାରି ଚକିଆ ଗାଡି ସହ ଜଣକୁ ଗିରଫ କରିଛି ସୋନପୁର ପୁଲିସ୍। ବେପାରୀ ମାନଙ୍କ ଦ୍ୱାରା ଗଞ୍ଜାଇ ପରିବହନ ସମ୍ପର୍କରେ ବିଶେଷ ସୂଚନା ପାଇ ଗତକାଲି ରାତି ତତ୍ପର ହୋଇ ଉଠିଥିଲା ସୋନପୁର ପୁଲିସ୍। ଏସପି ଶ୍ରୀ ନାରାୟଣ ନାୟକଙ୍କ ତତ୍ୱାବଧାନରେ ବିଭିନ୍ନ ଥାନା ଅଂଚଳରେ ସ୍ୱତନ୍ତ୍ର ଦଳ ଗଠନ କରାଯାଇ ଚେକିଂ କୁ କଡ଼ାକଡ଼ି କରାଯାଇଥିବା ବେଳେ ସୋନପୁର ସଦର ଥାନା ଆଇ ଆଇ ସି ଶ୍ରୀ ଯାଦବ ବାଗଙ୍କ ନେତୃତ୍ୱରେ ମନମୁଣ୍ଡା- ସୋନପୁର ରାସ୍ତାରେ କଡ଼ା ନଜର ରଖାଯାଇଥିଲା। ସକାଳ ଭୋର୍ ୩ଟା ରୁ ୫ଟା ମଧ୍ୟରେ ସୋନପୁର ପୋଲିସ ଟିମ୍ ବୌଦ୍ଧ ଜିଲ୍ଲା ମନମୁଣ୍ଡା ପାର୍ଶ୍ୱରୁ ବେଆଇନ ଗଞ୍ଜେଇ ପରିବହନ କରାଯାଉଥିବା ଏକ ଗଞ୍ଜାଇ ବୋଝେଇ ଏର୍ଟିଗା ଗାଡ଼ିକୁ ଚିହ୍ନଟ କରି ପିଛା କରିଥିଲେ। ଗାଡ଼ିର ଡ୍ରାଇଭର ଏବଂ ଅନ୍ୟ ଅପରାଧୀମାନେ କୁଞ୍ଜ ଛକ ଏବଂ ନଳିନୀ ଛକ ମଧ୍ୟରେ ଗଞ୍ଜାଇ ବୋଝେଇ ଗାଡ଼ିଟିକୁ ଛାଡି ପଳାଇବାରେ ସଫଳ ହୋଇଥିଲେ। ପରେ ଗାଡିରେ ଲାଗିଥିବା ନକଲି ନମ୍ବର ପ୍ଲେଟ୍ ଙଊ୦୨ ଉଘ ୩୪୨୫ ବିଶିଷ୍ଟ ମାରୁତି ଏର୍ଟିଗା ଗାଡ଼ିଟି ଯାଂଚ କରାଯାଇଥିଲା ବେଳେ ସେଥିରୁ ୩୪୦ ପ୍ୟାକେଟ ଗଞ୍ଜେଇ ବାହାରି ଥିଲା ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ତାହା ଓଜନ କରାଯିବାରୁ ୩ କ୍ୱିଂଟାଲ ୩୦ କେଜି ଓଜନର ଗଞ୍ଜେଇକୁ ଜବତ କରାଯାଇଥିଲା। ଏହି ସମ୍ପର୍କରେ ସୋନପୁର ପିଏସ୍ କେସ୍ ନଂ ୭୮, ତା ୦୭/୦୩/୨୬, ଘଊଚଝ ଆଇନ ଅନୁଯାୟୀ ଏକ ମାମଲା ପଞ୍ଜିକୃତ ହୋଇଥିବା ବେଳେ ଅଧିକ ତଦନ୍ତ ଚାଲିଛି

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande