
ବଲାଙ୍ଗୀର,୦୭ ମାର୍ଚ୍ଚ(ହି.ସ.) – ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ସ୍ଥିତ ଯାଦବ ଭବନ ଠାରେ ବିକାଶ ମଂଚ ମୁରିବାହାଲ ବ୍ଲକ ଓ ସାଇ ଟି ଆଇ ପ୍ରୋଜେକ୍ଟ ବଲାଙ୍ଗୀରର ସହଯୋଗରେ ଏକ ବିଶାଳ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି, ଶିବିରରେ ମୁଖ୍ୟ ଅତିଥି ଭାବେ ମୁରିବାହାଲ ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା ସମ୍ମାନୀତ ଅତିଥି ଭାବେ ସଂସ୍କାର ଭେଲି ଇଂଲିଶ ମିଡିୟମ ପ୍ରତିଷ୍ଠାତା ସୁବ୍ରତ କୁମାର ମହାକୁର, ଲକ୍ଷ୍ମୀଧର ବାଗ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ, ସକାଳ ୦୯ରୁ ଅପରାହ୍ନ ୨ଟା ଯାଏ ଚାଲିଥିବା ଏହି ଶିବିରର ପେଟ ରୋଗ, ଚର୍ମ ରୋଗ, ସ୍ତ୍ରୀ ରୋଗ ଓ ମେଡ଼ିସିନ ବିଶେଷଜ୍ଞ ଉପସ୍ଥିତ ରହି ରୋଗୀମାନଙ୍କୁ ମାଗଣା ଚିକିତ୍ସା କରିବା ସହ ପରାମର୍ଶ ଦେଇଥିଲେ ଏହି ଶିବିର ୧୩୦ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଶିବିରରେ ଚର୍ମ ରୋଗ, ଯୌନ ରୋଗ, ଖୁଜରୀ, ହେପାଟାଇଟିସ (ଈ)(ଉ), ରକ୍ତର ବିଭିନ୍ନ ପ୍ରରୀକ୍ଷଣ ସହିତ ଅନେକ ପ୍ରକାର ମଧ୍ୟ ନିଶୁଳ୍କ ପରୀକ୍ଷା କରାଯାଇଥିଲା ଏବଂ ଔଷଧ ବିତରଣ କରାଯାଇଥିଲା। ଏହିଶିବିରରେ ହେପାଟାଇଟିସ (ଈ)(ଉ) ଗସମକ୍ସକ୍ଟ -ଈସକ୍ଟକ୍ଷକ୍ଟଶସଗ୍ଦଗ୍ଧ ସୁବ୍ରତ କୁମାର ସାହୁ, ଖ-ଞ ମାନସ କୁମାର ଦୀପ, କ୍ଟ୍ରକ୍ସକ୍ଟହରମଗ୍ଧ ଜ୍ଞରଦ୍ଭବଶରକ୍ସ ଅରୁଣ କୁମାର ପାଢ଼ୀ, ଙଜଡ କ୍ରିଷ୍ଣା ମୈକାଣ୍ଡ, ମକ୍ଟଙ୍କଦ୍ଭଗ୍ଦରକ୍ଷକ୍ଷକ୍ଟକ୍ସ ସୁନିତା କୁମ୍ଭାର, ଙଜଡ ଅରୁଣ କୁମାର ଜ୍ୟୋତିଶ, ଙଜଡ ଜୟନ୍ତ ମାଝୀ ଉପସ୍ଥିତ ଥିଲେ ଓ ତେବେ ଏହି ଶିବିରକୁ ସଫଲ କରିବା ପାଇଁ ବିକାଶ ମଂଚ ମୁରିବାହାଲର ସଭାପତି ଫାଲଗୁନି ହାତୀ, ସାଧାରଣ ସମ୍ପାଦକ ଅମରେଶ ମାଝୀ, ସମ୍ପାଦକ ମନୁ ହଂସ, ସମ୍ପାଦକ ଥବିର ସା, କୋଷାଧକ୍ଷ ହରିଦାସ ତାଣ୍ଡି, ସଦସ୍ୟ ବ୍ରଜେସର ସାହୁ, ବଜରଙ୍ଗ ସାଣ୍ଢ ପ୍ରମୁଖ ଯୋଗ ଦେଇଥିଲେ , ଗ୍ରାମାଂଚଳରେ ହେଇଥିବା ଏହି ସ୍ୱାସ୍ଥ୍ୟ ଶିବିର ପାଇଁ ଅଂଚଳବାସୀ ଅନେକ ସମୟରେ ନିରୀହ ଅସହାୟମାନଙ୍କୁ ସାହାଯ୍ୟ କରିଆସୁଥିବା ବିକାଶ ମଂଚ ମୁରିବାହାଲ ବ୍ଲକର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ