
ଗଞାମ, ୭ ମାର୍ଚ୍ଚ (ହି.ସ.) ମା- ଆସିକା, ଆସିକିରି ଖା ଏବଂ ତାହା ଏହିଠାରେ ପ୍ରଯୁଜ୍ୟ । ଏହାର ସାରମର୍ମ ହେଲା, ଆସିକା ଅଞ୍ଚଳରେ ଇଟା ବ୍ୟବସାୟ କିଛି ନୂଆ କଥା ନୁହେଁ ଏଠାରେ ଅନେକ ବର୍ଷ ହେଲା ଇଟାଭାଟି ଚାଲିଛି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ । ସେହି ଅଞ୍ଚଳଟି ହେଉଛି ଆଲିପୁର ଠାରୁ ବାବନପୁର ଅଞ୍ଚଳରେ ଏ ସମସ୍ତ ଇଟାଭାଟି ବେଆଇନ ଭାବରେ ଚାଲିଛି । କୌଣସି ଇଟାଭାଟିରେ ଚିମିନି ବ୍ୟବସ୍ଥା ନାହିଁ, ହେଲେ ଏସବୁ ଚାଲିଛି କିପରି ?
ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରିଲେ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଉତ୍ତର ଦିଅନ୍ତି କାର୍ଯ୍ୟାନୁଷ୍ଠାନ କରାଯିବ କିନ୍ତୁ କିପରି ? ପ୍ରତି ବର୍ଷ ଇଟା ପଡୁଛି ଏବଂ ବିକ୍ରି ହେଉଛି ହେଲେ ଅଧିକାରୀ କରୁଛନ୍ତି କଣ ? ଯେଉଁ ତିମିରେକୁ ସେହି ତିମିରେ। ଏସବୁ ଦେଖି ଲୋକେ କହୁଛନ୍ତି ଅଧିକାରୀ ମାନେ ପଙ୍ଗପାଳ, ତାଙ୍କୁ ଚରିବାକୁ ସୁଯୋଗ ଦେଲା ପରେ ପୁଣି ଇଟାଭାଟି ମାଳାମାଳ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ