ଅନ୍ତର୍ଜାତୀୟ ମହିଳା ଦିବସର ଦ୍ବିତୀୟ ଦିନରେ ଶକ୍ତି ସ୍ଵରୂପିଣୀ'' କାର୍ଯ୍ୟକ୍ରମ
ନୂଆପଡା, ୭ ମାର୍ଚ୍ଚ (ହି.ସ.)- ଅନ୍ତର୍ଜାତୀୟ ମହିଳା ଦିବସ -୨୦୨୬ ଅବସରରେ ଦ୍ବିତୀୟ ଦିନର କାର୍ଯ୍ୟକ୍ରମ ନୂଆପଡା ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମରେ ଆଜି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା
Mahila dibas palanar 2 day


ନୂଆପଡା, ୭ ମାର୍ଚ୍ଚ (ହି.ସ.)- ଅନ୍ତର୍ଜାତୀୟ ମହିଳା ଦିବସ -୨୦୨୬ ଅବସରରେ ଦ୍ବିତୀୟ ଦିନର କାର୍ଯ୍ୟକ୍ରମ ନୂଆପଡା ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମରେ ଆଜି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଯୋଗ ପ୍ରଶିକ୍ଷିକ ଶଶି ଭୂଷଣ ପାଣିଗ୍ରାହୀ, କ୍ଷମାନିଧି ଦେବାଙ୍ଗନ, କାର୍ତ୍ତିକ ଶବର ପ୍ରମୁଖ ଯୋଗ ଦେଇଥିଲେ l ସ୍ଥାନୀୟ ନେସନାଲ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ତିନିଶହ ବାଳିକା , ସେମାନଙ୍କ ଶିକ୍ଷୟତ୍ରୀ , ସ୍ୱେଚ୍ଛାସେବୀ ଯାଜ୍ଞସେନି ମହାପାତ୍ର ଏବଂ ବିଭିନ୍ନ ବିଦ୍ୟାଳୟର ଶିକ୍ଷୟତ୍ରୀ ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ l ଖେଲୋ ଇଣ୍ଡିଆ ସେଣ୍ଟର ନୂଆପଡାର କୋଚ ଦେବବ୍ରତ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

ଆଜିର ଦିବସ 'ଶକ୍ତି ସ୍ୱରୂପିଣୀ’ କାର୍ଯ୍ୟକ୍ରମ ଅବସରରେ ଶାରୀରିକ ଫିଟନେସ୍, ପୋଷଣ ଏବଂ ମାନସିକ ସୁସ୍ଥତା ସକାଶେ ସାମୁହିକ ଯୋଗ ଅଧିବେଶନ, ଜୁମ୍ବା, ଏରୋବିକ୍ସ, ଶାରୀରିକ କୌଶଳ ଇତ୍ୟାଦି ସମ୍ପର୍କରେ ଛାତ୍ରୀ ଏବଂ ମହିଳାମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।

ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଦିଗ ଦର୍ଶନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଆସନ୍ତାକାଲି ଉଦଯାପିତ ହେବ ବୋଲି ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ବଢେଇ ପ୍ରକାଶ କରିଛନ୍ତି l

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande