ଆସନ୍ତା ୨୮ରେ କେନ୍ଦ୍ରାପଡା ଜିଲ୍ଲା ଓକିଲସଂଘ ନିର୍ବାଚନ
କେନ୍ଦ୍ରାପଡା, ୭ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଓକିଲସଂଘ ନିର୍ବାଚନ ଚଳିତ ମାସ ୨୮ ତାରିଖ ଦିନ ଅନୁଷ୍ଠିତ ହେବାକୁ ରାଜ୍ୟ ବାର୍ କାଉନ୍ସିଲ୍ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ରାଜ୍ୟ ବାର୍ ସଂଘ ନିର୍ଦ୍ଦେଶକ୍ରମେ ପ୍ରଭାତ କୁମାର ପ୍ରଧାନଙ୍କୁ ଓକିଲସଂଘ ନିର୍ବାଚନକୁ ପରିଚାଳନା କରିବା ପାଇଁ ନି
ଆସନ୍ତା ୨୮ରେ କେନ୍ଦ୍ରାପଡା ଜିଲ୍ଲା ଓକିଲସଂଘ ନିର୍ବାଚନ


କେନ୍ଦ୍ରାପଡା, ୭ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଓକିଲସଂଘ ନିର୍ବାଚନ ଚଳିତ ମାସ ୨୮ ତାରିଖ ଦିନ ଅନୁଷ୍ଠିତ ହେବାକୁ ରାଜ୍ୟ ବାର୍ କାଉନ୍ସିଲ୍ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ରାଜ୍ୟ ବାର୍ ସଂଘ ନିର୍ଦ୍ଦେଶକ୍ରମେ ପ୍ରଭାତ କୁମାର ପ୍ରଧାନଙ୍କୁ ଓକିଲସଂଘ ନିର୍ବାଚନକୁ ପରିଚାଳନା କରିବା ପାଇଁ ନିର୍ବାଚନ ଅଧିକାରୀଭାବେ ନିଯୁକ୍ତି ଦିଆଯାଇଛି ।

ଶ୍ରୀ ପ୍ରଧାନଙ୍କୁ ସହଯୋଗ କରିବା ପାଇଁ ନୀଳମଣୀ ମହାନ୍ତି, ମନୋରଞ୍ଜନ ବାରିକ, ସେକ୍ ମତୁଆଲାବସ୍, ରମେଶ ଚନ୍ଦ୍ର ମଲ୍ଲିକ, ରବିନ୍ଦ୍ର କୁମାର ପାତ୍ରଙ୍କୁ ସହଯୋଗ କରିବା ପାଇଁ ନିଯୁକ୍ତି ଦିଆଯାଇଛି । ଜିଲ୍ଲା ଓକିଲସଂଘ ନିର୍ବାଚନ ପାଇଁ ଓକିଲସଂଘ ସଭାପତି ଗୋବର୍ଦ୍ଧନ ରାଉତ, ସମ୍ପାଦକ ନୃସିଂହଚରଣ ରାଉତ ଓ ସମସ୍ତ ଓକିଲସଂଘର ସଦସ୍ୟମାନେ ଜିଲ୍ଲା ଓକିଲସଂଘ ନିର୍ବାଚନ କରିବା ପାଇଁ ବାର୍ କାଉନ୍ସିଲ୍ କୁ ଅନୁରୋଧ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande