ଭାରତୀୟ ମଜଦୁର ସଂଘ ତରଫରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
କେନ୍ଦ୍ରାପଡା, ୭ ମାର୍ଚ୍ଚ (ହି.ସ.)- ଭାରତୀୟ ମଜଦୁର ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖା ତରଫରୁ ୧୧ ଦଫା ଦାବି ଜିଲ୍ଲାପାଳଙ୍କ ଜରିଆରେ ଭାରତର ପ୍ରଧାନମନ୍ତ୍ରୀ, କେନ୍ଦ୍ର ଶ୍ରମମନ୍ତ୍ରୀ, ରାଜ୍ୟ ମୁଖ୍ୟମନ୍ତ୍ରୀ, ମହିଳା ଓ ଶିଶୁବିକାଶ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ମଜଦୁର ସଂଘର ରାଜ୍ୟ
ଭାରତୀୟମଜଦୁରସଂଘତରଫରୁ ପ୍ରଧାନମନ୍ତ୍ରୀଙ୍କଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ ।


କେନ୍ଦ୍ରାପଡା, ୭ ମାର୍ଚ୍ଚ (ହି.ସ.)- ଭାରତୀୟ ମଜଦୁର ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖା ତରଫରୁ ୧୧ ଦଫା ଦାବି ଜିଲ୍ଲାପାଳଙ୍କ ଜରିଆରେ ଭାରତର ପ୍ରଧାନମନ୍ତ୍ରୀ, କେନ୍ଦ୍ର ଶ୍ରମମନ୍ତ୍ରୀ, ରାଜ୍ୟ ମୁଖ୍ୟମନ୍ତ୍ରୀ, ମହିଳା ଓ ଶିଶୁବିକାଶ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ମଜଦୁର ସଂଘର ରାଜ୍ୟ କର୍ମକର୍ତ୍ତା ବସନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଜିଲ୍ଲା କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ସାଧାରଣସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଶ୍ରମିକମାନେ ଉପସ୍ଥିତ ଥିଲେ ।ଶିଳ୍ପସଂପର୍କ କୋର୍ଡ-୨୦୨୦ ଏବଂ ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଓ କାର୍ଯ୍ୟସ୍ଥିତି କୋଡ ୨୦୨୦ ରେ ଥିବା ଶ୍ରମିକବିରୋଧୀ ନିୟମକୁ ତୁରନ୍ତ ସଂଶୋଧନ କରିବା, ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଶୀଘ୍ର ଭାରତୀୟ ଶ୍ରମ ସମ୍ମିଳନୀ ଡକାଯାଉ, କୁଶଳୀ ଶ୍ରମିକମାନଙ୍କର ମାସିକ ପାରିଶ୍ରମିକ ବୃଦ୍ଧି କରାଯାଉ, ଇପିଏସ୍ ୯୫ରେ ଥିବା ପେନସନ୍ ହଜାରେ ଟଙ୍କାକୁ ୭ହଜାର ୫ଶହ ଟଙ୍କାକୁ ବୃଦ୍ଧି କରାଯାଉ ।

ଏହି ଦାବିପତ୍ର ପ୍ରଦାନ ସମୟରେ ଭାରତୀୟ ମଜଦୁର ସଂଘ କେନ୍ଦ୍ରାପଡା ଜିଲ୍ଲା ସଭାପତି ସାନ୍ତନୁ କୁମାର ମଲ୍ଲିକ, ସଂପାଦକ ପ୍ରଶାନ୍ତ କୁମାର ତ୍ରିପାଠୀ, ଅଲ୍ଓଡିଶା ଅଙ୍ଗନୱାଡୀ ଲେଡିଜ ୱାର୍କସ, ରାଜ୍ୟସମିତି ସଦସ୍ୟା ପୁଷ୍ପଲତା ରଥ, ଜିଲ୍ଲା ସଭାନେତ୍ରୀ ଶୈଳବାଳା ମିଶ୍ରଙ୍କ ସମେତ କାହ୍ନୁଚରଣ ବେହେରା, ଫକୀର ବେହେରା, ଗୁଣମଣି ଦାସ, ଦୈତାରୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande