ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗ : ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ
କେନ୍ଦ୍ରାପଡା, ୭ ମାର୍ଚ୍ଚ (ହି.ସ.)- ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିସ ବ୍ଲକର ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାୟଙ୍କ ଘର, କାର୍ଯ୍ୟାଳୟ ସମେତ ଏକସଙ୍ଗେ ମୋଟ୍ ୭ଟି ସ୍ଥାନରେ ଚଢ଼ଉ କରିଛି ଭିଜିଲାନ୍ସ । ଆଜି ସକାଳ ଠାରୁ ଚଢ଼ଉ ଜାରି ରହିଛ
ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗ : ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ


କେନ୍ଦ୍ରାପଡା, ୭ ମାର୍ଚ୍ଚ (ହି.ସ.)- ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିସ ବ୍ଲକର ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାୟଙ୍କ ଘର, କାର୍ଯ୍ୟାଳୟ ସମେତ ଏକସଙ୍ଗେ ମୋଟ୍ ୭ଟି ସ୍ଥାନରେ ଚଢ଼ଉ କରିଛି ଭିଜିଲାନ୍ସ । ଆଜି ସକାଳ ଠାରୁ ଚଢ଼ଉ ଜାରି ରହିଛି ।

କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ଭଦ୍ରକ, ଭୁବନେଶ୍ୱରରେ ଯାଂଚ୍ ହେଉଛି । ଭୁବନେଶ୍ୱର ବାଲିଅନ୍ତାର ତାଙ୍କର ଚାରି ମହଲା କୋଠା ଥିବା ଜଣାପଡିଛି । ସେହିପରି କଟକ ଚୌଦ୍ୱାରରେ ଦୁଇ ମହଲା କୋଠା ଅଛି । ଏହି ଦୁଇଟି ସ୍ଥାନ ସହିତ କଟକ ଜିଲ୍ଲା ବାଙ୍କୀ ରଗଡିରେ ଥିବା ପୈତୃକ ଘର, ଭଦ୍ରକରେ ଥିବା ତାଙ୍କ ଶ୍ୱଶୁର ଘର, ଡେରାବିଶ ସ୍ଥିତ ଜଳସେଚନ ଅଫିସ, କେନ୍ଦ୍ରାପଡାରେ ତାଙ୍କ ଚାମ୍ବର, ଭଡ଼ା ଘର, ଢେଙ୍କାନାଳରେ ଥିବା ତାଙ୍କ ଶଳାଙ୍କ ଘର ଓ ଭୁବନେଶ୍ୱର ପଟିଆରେ ଥିବା ସମ୍ପର୍କୀୟଙ୍କ ଘରେ ଚଢ଼ଉ ଚାଲିଛି । ଚଢ଼ଉ ଜାରି ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ ।

ଏହି ଚଢଉରେ ୨ ଜଣ ଆଡିସନାଲ ଏସପି, ୯ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର ଓ ୪ ଏଏସଆଇ ସାମିଲ୍ ହୋଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande