ଏକ ଦିବସୀୟ ଜାତୀୟ ସଂଗୋଷ୍ଠୀ ଅନୁଷ୍ଠିତ
ବଲାଙ୍ଗୀର,୦୭ ମାର୍ଚ୍ଚ(ହି.ସ.) – ଆଜି ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀରରେ ସ୍ନାତକୋତର ଇତିହାସ ବିଭାଗ ତରଫରୁ ‘ଯୁଗ ଯୁଗ ଧରି ଓଡ଼ିଶା: ସାମାଜିକ, ସାଂସ୍କୃତିକ ଇତିହାସର ପୁନଃନିର୍ମାଣ’ ଶୀର୍ଷକ ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ଓ ଉକ୍ତ ଆଲୋଚନାଚକ୍ରଟି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼
ଏକ ଦିବସୀୟ  ଜାତୀୟ ସଂଗୋଷ୍ଠୀ ଅନୁଷ୍ଠିତ


ବଲାଙ୍ଗୀର,୦୭ ମାର୍ଚ୍ଚ(ହି.ସ.) – ଆଜି ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀରରେ ସ୍ନାତକୋତର ଇତିହାସ ବିଭାଗ ତରଫରୁ ‘ଯୁଗ ଯୁଗ ଧରି ଓଡ଼ିଶା: ସାମାଜିକ, ସାଂସ୍କୃତିକ ଇତିହାସର ପୁନଃନିର୍ମାଣ’ ଶୀର୍ଷକ ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ଓ ଉକ୍ତ ଆଲୋଚନାଚକ୍ରଟି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଅରବିନ୍ଦ କୁମାର ଓଝାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ ନିଜେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ଏ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପ୍ରଫେସର ଓମପ୍ରକାଶ ସିଂହ, ଇତିହାସ ବିଭାଗ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଦିଲ୍ଲୀ, ସମ୍ମାନିତ ଅତିଥି ଭାବେ ଡ଼ଃ ବିନୟ କୁମାର ଜେନା, ଅବସର ପ୍ରାପ୍ତ ପ୍ରାଧ୍ୟାପକ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗୀର, ଆବାହକ ତଥା ବିଭାଗୀୟ ମୁଖ୍ୟ ଡଃ ମିନତୀ ଦେବତା ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଆଲୋଚନାଚକ୍ରର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ ଡ଼ଃ ଅର୍ପିତା ବେହେରା ଓ ଏ ଅବସରରେ ଆଇ.କ୍ୟୁ. ଏ. ସି.ସଂଯୋଜକ ବିଭୁତି ଭୂଷଣ ସାହୁ, ଅଧ୍ୟାପକ ଡ଼ଃ ସିଦ୍ଧେଶ୍ୱର ପଧାନ ମଂଚାସୀନ ଥିବାବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ଅର୍ପିତା ପରିଚ୍ଛା। ଉଦ୍ଘାଟନ ସତ୍ର ପରେ ଅନୁଷ୍ଠିତ ସମାନ୍ତର ଆଲୋଚନାଚକ୍ରରେ ଡଃ ସୁଦାମ ଦୀପ, ଡଃ ରାଜେଶ ସାହୁ, ଡଃ ପ୍ରକାଶ ଦେବତା, ଡଃ ସଦାନନ୍ଦ ନାୟକ, ଡଃ ଅମରେଶ ସାହୁ, ଡଃ ରାଜେଶ କୁମାର କର୍ଣ୍ଣ ପ୍ରମୁଖ ଉପସ୍ଥିତ ରହି ନିଜ ମତାମତ ପ୍ରଦାନ କରିଥିଲେ। ଅପରାହ୍ନରେ ଅନୁଷ୍ଠିତ ବୈଷୟିକ ଅଧିବେଶନ ତିନିଟି ପ୍ରକୋଷ୍ଠରେ ସମସ୍ତ ଗବେଷକ ତଥା ବିଷୟ ବିଶେଷଜ୍ଞମାନେ ନିଜ ନିଜ ପ୍ରବନ୍ଧ ପାଠ କରିଥିଲେ। ଅଧ୍ୟାପକ ଭୁବନେଶ୍ୱର ଛତ୍ରିଆ, ଅଧ୍ୟାପିକା ପ୍ରତୀକ୍ଷା ପ୍ରତିଶୃତି ପ୍ରମୁଖ ସତ୍ର ସଂଚାଳନ କରିଥିଲେ। ମୋଟ ପ୍ରବନ୍ଧ ୪୫ଟି ପାଠ କରାଯାଇଥିଲା। ସମାପନ ସତ୍ରରେ ଡଃ ସଦାନନ୍ଦ ନାୟକ, ପ୍ରଧ୍ୟାପକ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ଓଡ଼ିଶାର ସାଂସ୍କୃତିକ ଇତିହାସର ବିଭିନ୍ନ ଦିଗ ଉପରେ ଆଲୋକପାତ ଥିଲେ। ଶେଷ ଅଧ୍ୟାପକ ଦିନେଶ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ। ରେଭେନସା ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବିଦ୍ୟାଭୂଷଣ ସଂସ୍କୃତ ମହାବିଦ୍ୟାଳୟ, ବଲାଙ୍ଗୀର, ମା’ ମାଣିକଶ୍ୱରୀ ବିଶ୍ୱବିଦ୍ୟାଳୟ, ଭବାନିପାଟଣା ପ୍ରମୁଖ ଅନୁଷ୍ଠାନର ଗବେଷକମାନେ ଯୋଗଦେଇ ଥିଲେ। ଅଧ୍ୟାପକ ଅଜିତ କୁମାର ପଣ୍ଡା, ରାକେଶ ମଲ୍ଲିକ, ଦେବଦତ ପାଣିଗ୍ରାହୀ, ସିଦ୍ଧାର୍ଥ ଦାଶ, ସୁଚେତା ଦୋରା ପ୍ରମୁଖ ସହଯୋଗ କରିଥିଲେ। ମଂଚ ସଂଚାଳନ ଅଧ୍ୟାପକ ଡଃ ସିଦ୍ଧେଶ୍ୱର ପଧାନ କରିଥିଲେ। ଏହି ଅବସରରେ ସଂଙ୍ଗୋଷ୍ଠୀ ସ୍ମରଣିକା ତଥା ନ୍ୟୁଜ ବୁଲେଟିନ୍ ଉନ୍ମୋଚନ କରାଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande