ପଞ୍ଚମବେଦ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଭଞ୍ଜକଳା ମଣ୍ଡପରେ ୯ ମାର୍ଚ୍ଚରୁ
Bhubaneswar, 07 ମାର୍ଚ୍ଚ (ହି.ସ.) ୨୨ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଓ ପମବେଦ ସମ୍ମାନ-୨୦୨୬ ଭଞ୍ଜକଳା ମଣ୍ଡପରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ପଞ୍ଚମବେଦର ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଓ ପମବେଦ ସମ୍ମାନ-୨୦୨୬ ତଥା ଅମୀୟ ପଟ୍ଟନାୟକ ସ୍ମୃତି ସମ୍ମାନ-୨୦୨୬ ଆସନ୍ତା ମାର୍ଚ୍ଚ ୯ ରୁ ୧୨
ପଞ୍ଚମବେଦ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଭଞ୍ଜକଳା ମଣ୍ଡପରେ ୯ ମାର୍ଚ୍ଚରୁ


Bhubaneswar, 07 ମାର୍ଚ୍ଚ (ହି.ସ.)

୨୨ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଓ ପମବେଦ ସମ୍ମାନ-୨୦୨୬ ଭଞ୍ଜକଳା ମଣ୍ଡପରେ

ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ପଞ୍ଚମବେଦର ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଓ ପମବେଦ ସମ୍ମାନ-୨୦୨୬ ତଥା ଅମୀୟ ପଟ୍ଟନାୟକ ସ୍ମୃତି ସମ୍ମାନ-୨୦୨୬ ଆସନ୍ତା ମାର୍ଚ୍ଚ ୯ ରୁ ୧୨ ତାରିଖ ପର୍ଯ୍ୟନ୍ତ ଭଞ୍ଜକଳା ମଣ୍ଡପଠାରେ ଚାରିଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି । ମାର୍ଚ୍ଚ ୯ ତାରିଖ ଉଦ୍ଘାଟନୀ ସନ୍ଧ୍ୟାରେ ଉରପୁରୁଷ, ଭୁବନେଶ୍ୱର ନାଟକ “କର୍ଣ୍ଣ” ମସ୍ଥ କରିବେ । ଏତଦ୍ବ୍ୟତୀତ ୧୦ ମାର୍ଚ୍ଚରେ ପମବେଦ, ଭୁବନେଶ୍ୱରର ନାଟକ “ଅବସର”, ୧୧ ମାର୍ଚ୍ଚରେ ପଧ୍ୱନି ନାଟ୍ୟ ପରିଷଦ, ଭୁବନେଶ୍ୱର ନାଟକ “ଭିନ୍ନ ଏକ ସହଯାତ୍ରୀ”, ୧୨ ମାର୍ଚ୍ଚରେ ଡାଇନାମିକ୍ ପ୍ଲାଟଫର୍ମ, ଭୁବନେଶ୍ୱର ନାଟକ “ଶୁଣ ସୁଜନେ” ପରିବେଷଣ କରିବେ ।

୧୨ ମାର୍ଚ୍ଚ ଉଦ୍ୟାପନୀ ସନ୍ଧ୍ୟାରେ ଅମୀୟ ପଟ୍ଟନାୟକ ସ୍ମୃତି ସମ୍ମାନ-୨୦୨୬ରେ ସମ୍ମାନିତ ହେବେ ବିଶିଷ୍ଟ ନାଟ୍ୟ ନିଦେ୍ର୍ଦଶକ, ଅଭିନେତା ଶ୍ରୀ ସୁଶୀଲ ମିଶ୍ର । ସେହି ସନ୍ଧ୍ୟାରେ ପମବେଦ ସମ୍ମାନ-୨୦୨୬ରେ ସମ୍ମାନିତ ହେବେ ଶ୍ରୀ ମିହିର ମେହେର (ବିଶିଷ୍ଟ ନାଟ୍ୟକାର), ଶ୍ରୀ ପୁରୁଷୋମ ମିଶ୍ର (ବିଶିଷ୍ଟ ନାଟ୍ୟକାର), ଶ୍ରୀ ରାମହରି ଜେନା (ବିଶିଷ୍ଟ ଚିତ୍ରଶିଳ୍ପୀ), ଶ୍ରୀ ଗଗନ ବିହାରୀ ଦାସ (ବରିଷ୍ଠ କଣ୍ଠଶିଳ୍ପୀ) ଓ ଶ୍ରୀମତୀ ଧରିତ୍ରୀ ଖଣ୍ଡୁଆଳ (ବରିଷ୍ଠ ଅଭିନେତ୍ରୀ) ।

ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହେବାକୁ ଥିବା ଏହି ଚାରିଦିନ ବ୍ୟାପୀ ନାଟକ ମହୋତ୍ସବକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ପ୍ରେସ୍ବନ୍ଧୁ, ମିଡ଼ିଆ ବନ୍ଧୁ ଓ ଓଡ଼ିଶାର ସମସ୍ତ ନାଟ୍ୟାନୁଷ୍ଠାନ ମାନଙ୍କର ସାହାଯ୍ୟ ସହଯୋଗ ପାଇବା ପାଇଁ ପମବେଦ ତରଫରୁ ସଭାପତି ଜଗନ୍ନାଥ ପ୍ରଧାନ, କାର୍ଯ୍ୟକାରୀ ସଭାପତି ହରେନ୍ ସାହୁ, ଯୁଗ୍ମ ସମ୍ପାଦକ ସୁରେନ୍ଦ୍ରନାଥ ଗୌଡ଼, କୋଷାଧ୍ୟକ୍ଷ ଅଭିମନୁ୍ୟ ସେଠୀ ଓ ସମ୍ପାଦକ ପ୍ରକାଶ ମହାରଣା ବିନମ୍ର ନିବେଦନ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande