ଜରାଜୀର୍ଣ୍ଣ ଅବସ୍ଥାରେ ଯାତ୍ରୀ ପ୍ରତୀକ୍ଷାଳୟ
ମାଲକାନଗିରି, ୭ ମାର୍ଚ୍ଚ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି -୭୯ ନିକଟରେ ଥିବା ଲଛୀପେଟା ଛକ ଯାତ୍ରୀ ପ୍ରତୀକ୍ଷାଳୟ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବା ଅଭିଯୋଗ ହୋଇଛି । ଗତ ପ୍ରାୟ ଏକ ବର୍ଷ ଧରି ଏହି ଯାତ୍ରୀ ପ୍ରତୀକ୍ଷାଳୟର ରକ୍ଷଣାବେକ୍ଷଣ ଦିଗରେ ପ୍ରଶାସନ ଦୃଷ୍ଟି
ଜରାଜୀର୍ଣ୍ଣ ଅବସ୍ଥାରେ ଯାତ୍ରୀ ପ୍ରତୀକ୍ଷାଳୟ


ମାଲକାନଗିରି, ୭ ମାର୍ଚ୍ଚ (ହି.ସ.)-

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି -୭୯ ନିକଟରେ ଥିବା ଲଛୀପେଟା ଛକ ଯାତ୍ରୀ ପ୍ରତୀକ୍ଷାଳୟ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବା ଅଭିଯୋଗ ହୋଇଛି । ଗତ ପ୍ରାୟ ଏକ ବର୍ଷ ଧରି ଏହି ଯାତ୍ରୀ ପ୍ରତୀକ୍ଷାଳୟର ରକ୍ଷଣାବେକ୍ଷଣ ଦିଗରେ ପ୍ରଶାସନ ଦୃଷ୍ଟି ନଦେବାରୁ ବର୍ତ୍ତମାନ ସମୟରେ ଏହା ଶ୍ରୀହୀନ ହୋଇ ପଡିଥିବା ଦେଖିବାକୁ ମିଳିଛି । ଏଥିରେ ଲଗା ଯାଇଥିବା ସରଞ୍ଜାମ ଗୁଡିକ ଭାଙ୍ଗି ଅଚଳ ହୋଇ ପଡିଥିବା ବେଳେ ଲୋକଙ୍କ ନିମନ୍ତେ ବସିବା ପାଇଁ ନିର୍ମିତ ଚେୟାର ଗୁଡିକ ମଧ୍ୟ ଭାଙ୍ଗି ଏଣେତେଣେ ଫୋପାଡ଼ି ହୋଇ ପଡିଥିବା ଦେଖିବାକୁ ମିଳିଛି । ଏହାସହ ଉକ୍ତ ପ୍ରତୀକ୍ଷାଳୟ ପରିସରରେ ଅଳିଆ ଆବର୍ଜନା ପଡିରହିଥିବା ବେଳେ ଏହା ଏବେ ବୁଲା ଗୋରୁ ଏବଂ ଅନ୍ୟ ଗୃହପାଳିତ ପଶୁଙ୍କର ଆଶ୍ରୟସ୍ଥଳୀ ପାଲଟିଛି । ବର୍ତ୍ତମାନ ଜିଲ୍ଲାରେ ପାରଦସ୍ତର ଉପରମୁହାଁ ହୋଇଥିବା ବେଳେ ଖରା ଓ ତାତିରେ ଯାତ୍ରୀମାନେ କିଭଳି ଛଟପଟ ହେଉଛନ୍ତି ତାହା ୩୨୬ ନମ୍ବର ଜାତୀୟ ରାଜପଥର ବିଭିନ୍ନ ଛକକୁ ଦେଖିଲେ ସ୍ପଷ୍ଟଭାବେ ଅନୁମାନ କରିହେବ । ତାପମାତ୍ରା ବୃଦ୍ଧି ସତ୍ତ୍ବେ କାଲିମେଳା ବ୍ଲକର ପ୍ରମୁଖ ଛକମାନଙ୍କରେ ଏହି ଭଳୀ ଯାତ୍ରୀଙ୍କ ପାଇଁ ମୌଳିକ ସୁବିଧା ନଥିବାରୁ ସେମାନେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନ ପକ୍ଷରୁ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବା ସହ ଉଜୁଡ଼ି ହୋଇ ରହିଥିବା ଯାତ୍ରୀ ପ୍ରତୀକ୍ଷାଳୟ ଗୁଡିକର ମରାମତି କରିବା ପାଇଁ ସାଧାରଣରେ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande