ଜିଲ୍ଲା ସ୍ତରୀୟ ପିଏମ୍ ଶ୍ରୀ ଉତ୍ସବ ୨୦୨୫-୨୬ ଉଦଯାପିତ
କେନ୍ଦୁଝର, ୦୭ ମାର୍ଚ୍ଚ (ହି.ସ.) - ସ୍ଥାନୀୟ ପିଏମ୍ ଶ୍ରୀ ଧନୁର୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟ କେନ୍ଦୁଝରରେ ଜିଲ୍ଲା ସ୍ତରୀୟ ପିଏମ୍ ଶ୍ରୀ ଉତ୍ସବ ମାର୍ଚ୍ଚ ୭ ତାରିଖ ରେ ଉଦଯାପିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପାଟଣା ବି
Pm sri utsab


କେନ୍ଦୁଝର, ୦୭ ମାର୍ଚ୍ଚ (ହି.ସ.) - ସ୍ଥାନୀୟ ପିଏମ୍ ଶ୍ରୀ ଧନୁର୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟ କେନ୍ଦୁଝରରେ ଜିଲ୍ଲା ସ୍ତରୀୟ ପିଏମ୍ ଶ୍ରୀ ଉତ୍ସବ ମାର୍ଚ୍ଚ ୭ ତାରିଖ ରେ ଉଦଯାପିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଯୁଗାନ୍ତକରୀ ପଦକ୍ଷେପ ସ୍ୱରୂପ ଜାତୀୟ ଶିକ୍ଷା ନୀତି ୨୦୨୦ ଆଧାରରେ ପିଏମ୍ ଶ୍ରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କୁ ଭୂୟସୀ ପ୍ରଂଶସା କରିଥିଲେ।ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ଯୋଗ ଦେଇ ପିଏମ୍ ଶ୍ରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସମସ୍ତ କ୍ଷେତ୍ରରେ ଉତ୍କର୍ଷତା ପ୍ରଦର୍ଶନ କରିବାକୁ ଆହ୍ୱାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା,ସତ୍ୟନାରାୟଣ ମହାନ୍ତ,ରୁଦ୍ର ନାରାୟଣ ସାମଲ,କେନ୍ଦୁଝର ବ୍ଲକ୍ ଶିକ୍ଷା ଅଧିକାରୀ ଓଁକାର ଅନ୍ୱେଷ, ହରିଚନ୍ଦନପୁର ବ୍ଲକ୍ ଶିକ୍ଷା ଅଧିକାରୀ ଚିନ୍ମୟ ରାଉତ, ପଂଚ ସଖା ଶିକ୍ଷା ସେତୁର ଜିଲ୍ଲା ନୋଡାଲ ଅଫିସର ତଥା ଜିଲ୍ଲା ବିଜ୍ଞାନ ପରିଦର୍ଶକ ପରମେଶ୍ୱର ମହାନ୍ତ,ପିଏମ୍ ଶ୍ରୀ ଧନୁର୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବୀର କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ନିଜ ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ ଛାତ୍ରଛାତ୍ରୀଙ୍କୁ ଅଭିଭାଷଣ ମାଧ୍ୟମରେ ପରାମର୍ଶ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇଥିବା ୧୯ ଟି ପିଏମ୍ ଶ୍ରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ। ଏହି ଉତ୍ସବରେ ଆକାଂକ୍ଷୀ ମେଳା,ଟ୍ୟାଲେଂଟ ଗ୍ୟାଲେରୀ, ଦୋକାନ ଯାତ୍ରା, କ୍ୟାରିଅର ମେଳା ରେ ୧୯ ଟି ପିଏମ୍ ଶ୍ରୀ ବିଦ୍ୟାଳୟର ପ୍ରାୟ ୮୩୫ ଜଣ ଛାତ୍ରଛାତ୍ରୀ ଯୋଗଦାନ କରି ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ।ଏହି ଅବସରରେ ଛାୟା ସଂସଦ କାର୍ଯ୍ୟକ୍ରମ ପିଏମ୍ ଶ୍ରୀ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା।ପିଏମ୍ ଶ୍ରୀ ଉତ୍ସବ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ବହୁ ମାତ୍ରାରେ ଜନସାଧାରଣ ତଥା ଛାତ୍ର ଛାତ୍ରୀ ସମବେତ ହୋଇଥିଲେ। ଶିକ୍ଷୟିତ୍ରୀ ସମୟଶ୍ରୀ ଚାଟାର୍ଜୀ ମଂଚ ପରିଚାଳନା କରିଥିବା ବେଳେ ପିଏମ୍ ଶ୍ରୀ ଧନୁର୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବୀର କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସ୍ତରୀୟ ପିଏମ୍ ଶ୍ରୀ ଉତ୍ସବକୁ ସଫଳ କରାଇବାରେ ସମଗ୍ର ଶିକ୍ଷା କେନ୍ଦୁଝର, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ତଥା ଜିଲ୍ଲା ସ୍ତରୀୟ ପିଏମ୍ ଶ୍ରୀ ଉତ୍ସବର ବିଭିନ୍ନ କମିଟିରେ ଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରତ୍ୟକ୍ଷ ସହଯୋଗ ରହିଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande