
କେନ୍ଦ୍ରାପଡା, ୭ ମାର୍ଚ୍ଚ (ହି.ସ.)- ପୂର୍ବତନ ମନ୍ତ୍ରୀ ତଥା ଜନନେତା ପ୍ରହ୍ଲାଦ ମଲ୍ଲିକଙ୍କ ୩୭ତମ ଶ୍ରାଦ୍ଧୋତ୍ସବ ଆସନ୍ତା ୧୫ ତାରିଖରେ ପାଳନ କରାଯିବ । ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଦୀପ କୁମାର ଦାସଙ୍କ ଆନୁକୁଲ୍ୟରେ ଆୟୋଜିତ ଏହି ବୈଠକରେ ପ୍ରହ୍ଲାଦ ମଲ୍ଲିକସ୍ମୃତି ପରିଷଦ କମିଟି ପୁନର୍ଗଠିତ ହୋଇଛି । ଏଥିରେ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, ପୂର୍ବତନ ବିଧାୟିକା ଚିନ୍ମୟ ପ୍ରସାଦ ବେଉରା, ବରିଷ୍ଠ କଂଗ୍ରେସନେତା ଫକୀର ଚରଣ ଖଟୁଆ, ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜେନା, ଅନାଦି ଚରଣ ସାହୁ, ହରିଶ୍ ପଟ୍ଟନାୟକ, ସମାଜସେବୀ କୁଳମଣୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱର୍ଗତଃ ମଲ୍ଲିକଙ୍କ ଶ୍ରାଦ୍ଧୋତ୍ସବରେ ବହୁସଂଖ୍ୟାରେ ଯୋଗଦେବାକୁ ଅନୁରୋଧ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ରବି