ରାଜ୍ୟ ବିଜେପିରେ ସବୁ କିଛି ଠିକ୍ ନାହିଁ - ଅରୁଣ ସାହୁ
ଭୁବନେଶ୍ୱର, ୦୭ ମାର୍ଚ୍ଚ (ହି.ସ)- ସଂଖ୍ୟା ନଥାଇ ବିଜେପି ଜିତିବାକୁ ମନ କରିଛି କହି ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି ଯେ କାଲି ବିଶେଷ କାର୍ଯ୍ୟକ୍ରମ ନଥାଇ କେନ୍ଦ୍ର ଗୃହ ମନ୍ତ୍ରୀ ଆସିଲେ। ଯାହା ସ୍ପଷ୍ଟ କରୁଛି ରାଜ୍ୟ ବିଜେପିରେ ସବୁ କିଛି ଠିକ୍ ନାହିଁ। ୨ ବ
Arun Sahu


ଭୁବନେଶ୍ୱର, ୦୭ ମାର୍ଚ୍ଚ (ହି.ସ)- ସଂଖ୍ୟା ନଥାଇ ବିଜେପି ଜିତିବାକୁ ମନ କରିଛି କହି ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି ଯେ କାଲି ବିଶେଷ କାର୍ଯ୍ୟକ୍ରମ ନଥାଇ କେନ୍ଦ୍ର ଗୃହ ମନ୍ତ୍ରୀ ଆସିଲେ। ଯାହା ସ୍ପଷ୍ଟ କରୁଛି ରାଜ୍ୟ ବିଜେପିରେ ସବୁ କିଛି ଠିକ୍ ନାହିଁ। ୨ ବର୍ଷ ଭିତରେ ଓଡ଼ିଶାରେ କିଛି କାମ ହୋଇନାହିଁ ଯେଉଁଥିପାଇଁ ତାଙ୍କ ଦଳରେ ଅସନ୍ତୋଷ। ରାଜ୍ୟ ସଭା ନିର୍ବାଚନରେ ପାନେ ଦେବାକୁ ବିଜେପି ନେତା ପ୍ରସ୍ତୁତି କରୁଛନ୍ତି। ଯାହାକୁ ଶୁଣି ଅମିତ ଶାହ ଓଡିଶା ଆସିଥିଲେ ନେତାଙ୍କୁ ବୁଝାଇବାକୁ। ରାଜ୍ୟ ବିଜେପି ସ୍ୱାସ୍ଥ୍ୟ ଏବେ ଭଲ ନାହିଁ। ତାଙ୍କ ପାଖେ ସଂଖ୍ୟା ନାହିଁ। ଏହାବାଦ ଯଦି ସେମାନେ ଜିତିବେ ତାହାଲେ କଣ ଏହା ସୁସ୍ଥ ପରମ୍ପରା। ବିଜେପି କିନ୍ତୁ ସଫଳ ହେବନି ବୋଲି କହିଛନ୍ତି ଅରୁଣ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande