ରଜତ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ
ରଜତ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ରଜତ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ


ସମ୍ବଲପୁର, ୦୭, ମାର୍ଚ୍ଚ (ହି.ସ.) - ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଧନକଉଡ଼ା ଖେଳ ପଡିଆ ଠାରେ ଡ଼ିଏକ୍ସ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଚତୁର୍ଥ ରଜତ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟ ଶନିବାର ଉଦଘାଟିତ ହୋଇଯାଇଛି ଓ ଟୁର୍ଣ୍ଣାମେଂଟକୁ ରତ୍ନାକର ବେହେରା ଯୁବକ ସଂଘର ସମ୍ପାଦକ ତଥା ସମାଜସେବୀ ହୀରାଲାଲ ବେହେରା ମୁଖ୍ୟ ଅତିଥି ଓ ସାମ୍ବାଦିକ ସରୋଜ ସାହୁ, ଆଖଣ୍ଡଳ ପଣ୍ଡା, ପର୍ଶୁରାମ ପଣ୍ଡା, ସୁକାନ୍ତ ସାହୁ, ଅଙ୍ଗଦ ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଫିତାକାଟି ଉଦଘାଟନ କରିଥିଲେ ଓ ଉଦଘାଟନୀ ଉତ୍ସବରେ କ୍ରିକେଟ କ୍ଲବର ସଭାପତି ଚିନ୍ମୟ ଦାସ, ନୀଳମଣି ସାହୁ, କୁନା ସୁସାରୀ, ଆକାଶ କୁମାର ସାହୁ, ସାଗର ଦାସ, ଗୌତମ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ଓ ଗେମ୍ ଚେଞ୍ଜର ଓ ବ୍ଲେକ ଟାଇଗର କ୍ରିକେଟ ଟିମ ମଧ୍ୟରେ ପ୍ରଥମ ମ୍ୟାଚ ଅନୁଷ୍ଠିତ ହୋଇଥିଲା ଓ ଟୁର୍ନାମେଂଟରେ ସମୁଦାୟ ୧୬ ଟି ଦଳ ଅଂଶ ଗ୍ରହଣ କରିଛନ୍ତି ଓ ଆସନ୍ତାକାଲି ରବିବାର ଅପରାହ୍ନ ୪ ଟା ସମୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ଓ ଟୁର୍ନାମେଂଟରେ ସପନ ଖତ୍ରୀ ଓ ରମେଶ ଚନ୍ଦ୍ର ନାୟକ ଅମ୍ପେୟାର ଦାୟିତ୍ୱ ତୁଲାଇ ଥିବା ବେଳେ ସ୍କୋରର ଆରଆର ସ୍ପୋର୍ଟ୍ସ ଦାୟିତ୍ୱ ତୁଲାଇଥିଲେ । ଟୁର୍ନାମେଂଟ ପରିଚାଳନାରେ କ୍ଲବର ସମସ୍ତ ସଦସ୍ୟ ମାନେ ସହଯୋଗ କରୁଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande