ରାଜସ୍ଵ ସମୀକ୍ଷା ବୈଠକ ଅନୁଷ୍ଠିତ: ରାଜସ୍ଵ ସଂଗ୍ରହ ବୃଦ୍ଧି ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ନୂଆପଡା, ୭ ମାର୍ଚ୍ଚ (ହି.ସ.)- ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ଆରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ ସମସ୍ତଙ୍କୁ ସ୍ୱାଗତ କରି ବୈଠକର ଉଦ୍ଦେଶ୍ୟ ସମ୍ବନ୍ଧରେ
Rajaswa samikya baithak


ନୂଆପଡା, ୭ ମାର୍ଚ୍ଚ (ହି.ସ.)- ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ଆରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ ସମସ୍ତଙ୍କୁ ସ୍ୱାଗତ କରି ବୈଠକର ଉଦ୍ଦେଶ୍ୟ ସମ୍ବନ୍ଧରେ ଅବଗତ କରାଇଥିଲେ। ବୈଠକରେ ବିଭିନ୍ନ ବିଭାଗର ରାଜସ୍ୱ ସଂଗ୍ରହର ପ୍ରଗତି ସମୀକ୍ଷା କରାଯାଇଥିଲା। ଚଳିତ ଆର୍ଥିକ ବର୍ଷରେ ଷ୍ଟାମ୍ପ ଶୁଳ୍କ ଓ ପଞ୍ଜିକରଣ ଶୁଳ୍କ ମିଶି ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ମୋଟ୍ ୮ କୋଟି ୬୫ ଲକ୍ଷ ୩ ହଜାର ୧୪୬ ଟଙ୍କା ଆଦାୟ ହୋଇଛି, ଯାହା ବାର୍ଷିକ ଲକ୍ଷ୍ୟର ୧୧୫ ପ୍ରତିଶତ ଅଟେ।

ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଦ୍ୱାରା ଫେବୃଆରୀ ମାସରେ ୧ କୋଟି ୫୪ ଲକ୍ଷ ୨୦ ହଜାର ୫୬ ଟଙ୍କା ରାଜସ୍ବ ସଂଗ୍ରହ ହୋଇଥିବାବେଳେ, ଫେବୃଆରୀ ଶେଷ ପର୍ଯ୍ୟନ୍ତ ସମୁଦାୟ ସଂଗ୍ରହ ୧୩ କୋଟି ୮୮ ଲକ୍ଷ ୨୮ ହଜାର ୬୯୧ ଟଙ୍କାରେ ପହଞ୍ଚିଛି, ଯାହା ଗତବର୍ଷ ତୁଳନାରେ ପ୍ରାୟ ୧୪.୪ ପ୍ରତିଶତ ବୃଦ୍ଧି ହୋଇଛି। ଅବକାରୀ ବିଭାଗ ଦ୍ୱାରା ଫେବୃଆରୀ ପର୍ଯ୍ୟନ୍ତ ୧୭ କୋଟି ୪୯ ଲକ୍ଷ ୨୨ ହଜାର ୬୫୫ ଟଙ୍କା ସଂଗ୍ରହ ହୋଇଥିବାବେଳେ ଏହା ବାର୍ଷିକ ଲକ୍ଷ୍ୟର ପ୍ରାୟ ୫୮ ପ୍ରତିଶତ ପୂରଣ ହୋଇଛି। ମାଇନିଂ ବିଭାଗ ପକ୍ଷରୁ ଅପ୍ରେଲ ୨୦୨୫ ଠାରୁ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ମୋଟ୧ କୋଟି ୮୬ ଲକ୍ଷ ୬୦ ହଜାର ୪୯୩ ଟଙ୍କା ମାଇନିଂ ରାଜସ୍ୱ ସଂଗ୍ରହ ହୋଇଛି।ସିଟି ଓ ଜିଏସଟି ବିଭାଗରେ ଏହି ସମୟ ମଧ୍ୟରେ ସଂଗ୍ରହ ୧୮୯୧.୬୧ ଲକ୍ଷ ଟଙ୍କା ହୋଇଥିବାବେଳେ ନିର୍ଦ୍ଧାରିତ ଲକ୍ଷ୍ୟ ତୁଳନାରେ କମ୍ ହୋଇଛି।ରାଜସ୍ୱ ସଂଗ୍ରହର ସମୀକ୍ଷା କରି ଜିଲ୍ଲାପାଳ ସମ୍ପୃକ୍ତ ବିଭାଗମାନଙ୍କୁ ଲକ୍ଷ୍ୟ ପୁରଣ ହୋଇ ନଥିବା କ୍ଷେତ୍ରରେ ଯଥୋଚିତ ରଣନୀତି ଦ୍ଵାରା ରାଜସ୍ୱ ସଂଗ୍ରହ ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଅବୈଧ ଖଣିଜ ଉତ୍ତୋଳନ ଓ ରାଜସ୍ୱ ହାନି ରୋକିବା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ପୂର୍ବକ କଡ଼ା ଏନଫୋର୍ସମେଣ୍ଟ କାର୍ଯ୍ୟାନୁଷ୍ଠାନ ଜାରି ରଖିବାକୁ କହିଥିଲେ।

ବୈଠକରେ ଉପ ଜିଲ୍ଲାପାଳ ସୁର୍ମି ସୋରେନ, ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ, ତହସିଲଦାର ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ଏବଂ ନିଜ ନିଜ ବିଭାଗର ରାଜସ୍ୱ ସଂଗ୍ରହ ଓ କାର୍ଯ୍ୟକ୍ରମର ପ୍ରଗତି ସମ୍ବନ୍ଧରେ ଅବଗତ କରାଇଥିଲେ। ଏହି ଅବସରରେ ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା କୋମନା ବ୍ଲକ କୁରୁମପୁରୀ ଗ୍ରାମର କୈଳାଶ ରାଉତଙ୍କୁ ରାଜସ୍ବ ମିତ୍ର ପୁରସ୍କାରରେ ଜିଲ୍ଲାପାଳ ସମ୍ମାନିତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande