କେନ୍ଦୁଝରରେ ସୂଚନା ଅଧିକାର ଆଇନ ପ୍ରଶିକ୍ଷଣ କର୍ମଶାଳା
କେନ୍ଦୁଝର, ୭ ମାର୍ଚ୍ଚ (ହି.ସ.)- କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଅଧିକାର ଆଇନ-୨୦୦୫ର ସଠିକ୍ ଅନୁପାଳନ ଏବଂ ସ୍ୱଚ୍ଛତା ବଜାୟ ରଖିବା ଉଦ୍ଦେଶ୍ୟରେ ଏକ ଦିନିକିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ସ୍ଥାନୀୟ କଲେକ୍ଟୋରେଟ୍ ର ଦରବାର ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅଧିକାର ଆଇନର
Right to information


କେନ୍ଦୁଝର, ୭ ମାର୍ଚ୍ଚ (ହି.ସ.)- କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଅଧିକାର ଆଇନ-୨୦୦୫ର ସଠିକ୍ ଅନୁପାଳନ ଏବଂ ସ୍ୱଚ୍ଛତା ବଜାୟ ରଖିବା ଉଦ୍ଦେଶ୍ୟରେ ଏକ ଦିନିକିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ସ୍ଥାନୀୟ କଲେକ୍ଟୋରେଟ୍ ର ଦରବାର ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅଧିକାର ଆଇନର ଧାରା ୪ (୧) (ଖ) ଅନୁଯାୟୀ ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟ ନିଜସ୍ୱ ତଥ୍ୟାବଳୀକୁ ସ୍ୱେଚ୍ଛାକୃତ ଭାବେ ସର୍ବସାଧାରଣରେ ପ୍ରକାଶ କରିବା ହିଁ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି କର୍ମଶାଳାକୁ ଭୁବନେଶ୍ୱରରୁ ଆସିଥିବା ବିଷୟ ବିଶେଷଜ୍ଞ ରଶ୍ମିରଞ୍ଜନ ରାଉତ ପ୍ରଶିକ୍ଷାର୍ଥୀମାନଙ୍କୁ ନିମ୍ନଲିଖିତ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ପ୍ରଶିକ୍ଷଣ ଦେଇଥିଲେ ଅନ୍ ଲାଇନ୍ ଆର୍ଟିଆଇ ପୋର୍ଟାଲ କିପରି ଇ-ଆର୍ଟିଆଇ ପୋର୍ଟାଲ ମାଧ୍ୟମରେ ଆବେଦନ ଗ୍ରହଣ ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ଉତ୍ତର ପ୍ରଦାନ କରାଯିବ। ସରକାରୀ ୱେବସାଇଟ୍ ରେ ୧୭ଟି ବିଶିଷ୍ଟ ତଥ୍ୟାବଳୀର ନିୟମିତ ଅପଡେଟ୍। ପ୍ରଥମ ଅପିଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ଏବଂ ଆବେଦନ ଖାରଜ ହେଲେ ଅନୁସରଣ କରାଯାଉଥିବା ଆଇନଗତ ପ୍ରକ୍ରିୟା। ଆବେଦନ ଶୁଳ୍କ ଓ ନକଲ ପ୍ରଦାନ ପାଇଁ ଧାର୍ଯ୍ୟ ହୋଇଥିବା ଅର୍ଥରାଶିର ପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ଆଲୋଚନା। ଏହି କର୍ମଶାଳାରେ ଜିଲ୍ଲାର ସମସ୍ତ ବିଭାଗରୁ ପ୍ରଥମ ଅପିଲ କର୍ତ୍ତୃପକ୍ଷ ଜନ ସୂଚନା ଅଧିକାରୀ ଏବଂ ସହକାରୀ ଜନ ସୂଚନା ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅଧିକାରୀମାନେ ସେମାନଙ୍କର ସନ୍ଦେହ ଦୂର କରିବା ସହ ବାସ୍ତବ କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ସମ୍ପର୍କରେ ବିଶେଷଜ୍ଞଙ୍କ ସହ ପରାମର୍ଶ କରିଥିଲେ। ସୂଚନା ଅଧିକାର ଆଇନ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଉଚ୍ଚ ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ଓଡ଼ିଆ ଓ ଇଂରାଜୀ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ସେମାନଙ୍କୁ ମାନପତ୍ର ସହ ଆର୍ଥିକ ପୁରସ୍କାର ରାଶି ମଧ୍ୟ ପ୍ରଦାନ କରାଯାଇଥିଲା।

ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସାର୍ଥକ ରାୟ, ସହକାରୀ ଜିଲ୍ଲାପାଳ, ନିଜାରତ ସନ୍ତୋଷ କୁମାର ଜେନା ଏବଂ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ। କେନ୍ଦୁଝର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତିର୍ମୟୀ ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande