ଏକ ଦିବସୀୟ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ
ବଲାଙ୍ଗୀର,୦୭ ମାର୍ଚ୍ଚ(ହି.ସ.) – ବଳାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ପଂଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ମୁରିବାହାଲ ପରିସରରେ ଆଜି ମୁରିବାହାଲ ପଂଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ଏକଦିବସୀୟ ଆତ୍ମସୁରକ୍ଷା ତାଲିମ ଶିବିର କାର୍ଯ୍ୟକ୍ରମର ଅନୁଷ୍ଠ
ଏକ ଦିବସୀୟ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ।


ବଲାଙ୍ଗୀର,୦୭ ମାର୍ଚ୍ଚ(ହି.ସ.) – ବଳାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ପଂଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ମୁରିବାହାଲ ପରିସରରେ ଆଜି ମୁରିବାହାଲ ପଂଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ଏକଦିବସୀୟ ଆତ୍ମସୁରକ୍ଷା ତାଲିମ ଶିବିର କାର୍ଯ୍ୟକ୍ରମର ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମଂଚାସିନ ଥିଲେ ମୁଖ୍ୟ ଅତିଥି ଥିଲେ ସ୍ଥାନୀୟ ପୋଲିସ ଏସ୍‌ଆଇ, ପ୍ରମୋଦ ପଧାନ, ସମ୍ମାନିତ ଅତିଥି ସ୍ଥାନୀୟ ପୋଲିସ ଏସ୍‌ଆଇ, ଚକ୍ରଧର ମୁଣ୍ଡା, ଦକ୍ଷ ପ୍ରଶିକ୍ଷିକା ଯାଜ୍ଞସେନୀ ମାଝୀ ଥିବାବେଳେ ଓ ଆତ୍ମସୁରକ୍ଷା ତାଲିମ ଶିବିର କାର୍ଯ୍ୟକ୍ରମ ସଂଯୋଜିକା ପଦ ନିଭାଇ ଥିଲେ ଅଧ୍ୟାପିକା ସରିତା ରଣା। ଏହି ଅବସରରେ ନାରୀମାନେ କିପରି ଆତ୍ମ ସୁରକ୍ଷା କରିପାରିବେ ଏବଂ ନିଜକୁ ନିଜେ ସୁରକ୍ଷା ଦେବାର କୌଶଳ ବିଷୟରେ ବିଷଦ ଆଲୋଚନା କରିଥିଲେ। ଏ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଭ୍ରିଙ୍ଗରାଜ ରଣା ଏବଂ ଧନ୍ୟବାଦ ପର୍ବ ସମାପନ କରିଥିଲେ ଷୋମେଶ ଦତ ହୋତା। ସହଯୋଗ କରିଥିଲେ ଶରତ ପଧାନ, ଫାଲଗୁନି ଦାସ, ଚନ୍ଦ୍ରିକା ସାହୁ ଓ ସମସ୍ତ ଅଧ୍ୟାପକ ଅଧ୍ୟାପିକା ବୃନ୍ଦ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande