ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରା ଶୀର୍ଷକ ଆଲୋଚନାଚକ୍ର
ନୂଆପଡ଼ା, ୭ ମାର୍ଚ୍ଚ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ଡିଗ୍ରୀ ମହିଳା ମହାବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ସୁନାବେଡ଼ା ଅଭୟାରଣ୍ୟରେ ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରା ଶୀର୍ଷକ ଆଲୋଚନାଚକ୍ର ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ କଲେଜ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟ ଅଧ୍ୟକ୍ଷତା
Alochona chakra anusthita


ନୂଆପଡ଼ା, ୭ ମାର୍ଚ୍ଚ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ଡିଗ୍ରୀ ମହିଳା ମହାବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ସୁନାବେଡ଼ା ଅଭୟାରଣ୍ୟରେ ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରା ଶୀର୍ଷକ ଆଲୋଚନାଚକ୍ର ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ କଲେଜ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଆଲୋଚକ ରୂପେ ବରିଷ୍ଠ ସାମ୍ବାଦିକ ଅଜିତ କୁମାର ପଣ୍ଡା ଯୋଗଦେଇ ଆଦିମ କାଳରୁ ମନୁଷ୍ୟର ସୃଷ୍ଟି ଠାରୁ ଆରମ୍ଭ କରି ଜଙ୍ଗଲରେ ପ୍ରକୃତି ସହ ବଞ୍ଚିବାର ପ୍ରୟାସ କରି ଆସୁଥିବା ଆଦିବାସୀ ସଂସ୍କୃତି ଓ ପରମ୍ପରା ଉପରେ ଆଲୋକପାତ କରିଥିଲେ। ଆଦିବାସୀଙ୍କ ମହନୀୟ ସଂସ୍କୃତି ଏବଂ ଅନନ୍ୟା ପରମ୍ପରା ଆଜିବି ପାଳିତ ହେଉଅଛି। ଆଲୋଚନାଚକ୍ରରେ ସାମ୍ବାଦିକ ତପନ ଦାଶ ଏବଂ ଅଧ୍ୟାପିକା ସସ୍ମିତା ବିଶି ଯୋଗ ଦେଇଥିଲେ। ଛାତ୍ରୀ ବୀଣାପାଣି ହଂସ, ଶ୍ରୀକାନ୍ତୀ ଗହିର ଓ ପଲ୍ଲବୀ ଥପା ନିଜ ନିଜ ଗବେଷଣାତ୍ମକ ପେପର ଉପସ୍ଥାପନା କରିଥିଲେ। ସଂସ୍କୃତି ଓ ପରମ୍ପରାକୁ ବଞ୍ଚିତ ରଖିବା ପାଇଁ ଆଦିବାସୀ ମାନେ ବେଶ ଯତ୍ନଶୀଳ ହେବା ସହ ନିଷ୍ଠାର ସହ ପାଳନ କରୁଥିବା ଦେଖିବାକୁ ମିଳେ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande