ମାର୍ଚ୍ଚ ୨୨ରୁ ଘଟଗାଁରୁ ଚାଷୀ ଗଣପଦଯାତ୍ରା ଓ ସତ୍ୟାଗ୍ରହ : ସୋନପୁରରୁ ଯୋଗ ଦେବେ ହଜାର ହଜାର ଚାଷୀ
ସୁବର୍ଣ୍ଣପୁର, ୭ ମାର୍ଚ୍ଚ (ହି.ସ.)- ଆଜି ସୋନପୁର ସୁରେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ନବନିର୍ମାଣ କୃଷକ ସଙ୍ଗଠନ ଓ ଜିଲ୍ଲା କୃଷକ ସଙ୍ଗଠନ ସୁବର୍ଣ୍ଣପୁର ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଆଗାମୀ ମାର୍ଚ୍ଚ ୨୨ରୁ ମାର୍ଚ୍ଚ ୩୧ କେନ୍ଦୁଝର ଘଟଗାଁ ତାରିଣୀରୁ ଭୁବନେଶ୍ୱର ଅଭିମୁଖେ ହେବା
ମାର୍ଚ୍ଚ ୨୨ରୁ ଘଟଗାଁରୁ ଚାଷୀ ଗଣପଦଯାତ୍ରା ଓ ସତ୍ୟାଗ୍ରହ । ସୋନପୁରରୁ ଯୋଗ ଦେବେ ହଜାର ହଜାର ଚାଷୀ ।


ମାର୍ଚ୍ଚ ୨୨ରୁ ଘଟଗାଁରୁ ଚାଷୀ ଗଣପଦଯାତ୍ରା ଓ ସତ୍ୟାଗ୍ରହ । ସୋନପୁରରୁ ଯୋଗ ଦେବେ ହଜାର ହଜାର ଚାଷୀ ।


ମାର୍ଚ୍ଚ ୨୨ରୁ ଘଟଗାଁରୁ ଚାଷୀ ଗଣପଦଯାତ୍ରା ଓ ସତ୍ୟାଗ୍ରହ । ସୋନପୁରରୁ ଯୋଗ ଦେବେ ହଜାର ହଜାର ଚାଷୀ ।


ସୁବର୍ଣ୍ଣପୁର, ୭ ମାର୍ଚ୍ଚ (ହି.ସ.)- ଆଜି ସୋନପୁର ସୁରେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ନବନିର୍ମାଣ କୃଷକ ସଙ୍ଗଠନ ଓ ଜିଲ୍ଲା କୃଷକ ସଙ୍ଗଠନ ସୁବର୍ଣ୍ଣପୁର ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଆଗାମୀ ମାର୍ଚ୍ଚ ୨୨ରୁ ମାର୍ଚ୍ଚ ୩୧ କେନ୍ଦୁଝର ଘଟଗାଁ ତାରିଣୀରୁ ଭୁବନେଶ୍ୱର ଅଭିମୁଖେ ହେବାକୁ ଥିବା ଚାଷୀ ଏକତା ଗଣପଦଯାତ୍ରା ଓ ସତ୍ୟାଗ୍ରହରେ ସୋନପୁର ଜିଲ୍ଲାରୁ ଚାଷୀମାନେ ଜୋରଦାର ଯୋଗଦେବେ ବୋଲି ସୂଚନା ଦେଇଛନ୍ତି ନବନିର୍ମାଣ କୃଷକ ସଙ୍ଗଠନର ଜିଲ୍ଲା ସଂଯୋଜକ ପ୍ରଦ୍ୟୁମ୍ନ କୁମାର ପାଢ଼ୀ ।

ଜିଲ୍ଲା କୃଷକ ସଙ୍ଗଠନର ସଭାପତି ବୈକୁଣ୍ଠ ଶତପଥୀ କହିଛନ୍ତି, ଏହି ସତ୍ୟାଗ୍ରହର ବାର୍ତ୍ତା ଗାଁ ଗାଁରେ ପହଞ୍ଚିବ ଓ ସୋନପୁର ଜିଲ୍ଲାରୁ ହଜାର ହଜାର ଚାଷୀ ଓ ବିଭିନ୍ନ ଚାଷୀ ସଙ୍ଗଠନ ଏହି ପଦଯାତ୍ରାରେ ଉତ୍ସାହ ପୂର୍ବକ ଯୋଗ ଦେବେ । ସୋନପୁର ଜିଲ୍ଲା କ୍ଷେତ୍ରଫଳ ଦୃଷ୍ଟିରୁ ଓଡ଼ିଶାର ୨୯ତମ ଜିଲ୍ଲା ହେଲେ ମଧ୍ୟ ଧାନ ଉତ୍ପାଦନ ଦୃଷ୍ଟିରୁ ଖରିଫରେ ୪ର୍ଥ ଏବଂ ରବି ଋତୁରେ ତୃତୀୟ ସ୍ଥାନ ଅଧିକାର କରିଛି । ଏହାର ଅର୍ଥ ସୋନପୁର ଜିଲ୍ଲାର ୯୫ ପ୍ରତିଶତ କେବଳ ଚାଷ ଉପରେ ନିର୍ଭରଶୀଳ । ତୃତୀୟ ସ୍ଥାନ ଅଧିକାର କରିଥିଲେ ହେଁ ଜିଲ୍ଲାର କୃଷି ଭିତ୍ତିଭୂମି ଭୁଶୁଡି ପଡିଛି । ନିଜର କଷ୍ଟ ଉପାର୍ଜିତ ଧାନ ଟିକକ ବିକ୍ରି କରିବାକୁ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଅନେକ ଚାଷୀଙ୍କର ତୃତୀୟ ଓ ଚତୁର୍ଥ ଟୋକେନ୍ ଏଯାଏଁ ଆସିନାହିଁ । ନିଜ ଅଧିକାରର ଧାନ ବିକା ପଇସାକୁ ଚାଷୀ ବ୍ୟାଙ୍କରୁ ଉଠାଇ ପାରୁନାହିଁ। ଅର୍ଥ ଉଠାଣ ଦିନକୁ ୨୦ ହଜାରରେ ସୀମିତ କରିଦିଆ ଯାଉଛି । ଏନଇଏଫଟି ମଧ୍ୟ କରାଯାଉନାହିଁ । ଏହାଦ୍ୱାରା ନିଜ ଧାନ ବିକା ପଇସା ଥାଇ ମଧ୍ୟ ବିବାହ, ସ୍ୱାସ୍ଥ୍ୟ ସମସ୍ୟା ଭଳି ଜରୁରୀକାଳୀନ ପରିସ୍ଥିତିରେ ପଇସା ଉଠାଇ ନପାରି ମହାଜନୀ ସୁଧ ବ୍ୟବସ୍ଥାରେ ଚାଷୀମାନେ ଫସିବାକୁ ବାଧ୍ୟ ହେଉଛନ୍ତି । ଏହିସବୁ ସମସ୍ୟା ସହ ୨୧ ଦଫା ଦାବି ନେଇ ଚାଷୀମାନେ ନିଜ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନର ଲଢ଼େଇ ଲଢ଼ିବେ ଏବଂ ନିଜ ଅଧିକାର ଛଡ଼େଇ ଆଣିବେ ବୋଲି ଜିଲ୍ଲା ସହ-ସଂଯୋଜକ ସୁଧୀର ବଘାର କହିଛନ୍ତି । ମୁଖ୍ୟ ଦାବି ମଧ୍ୟରେ ସଂକଳ୍ପ ପତ୍ର ଅନୁଯାୟୀ ବାର୍ଦ୍ଧକ୍ୟ ଭତ୍ତାକୁ ୩୫୦୦କୁ ବୃଦ୍ଧି କରିବା, ରିଲିଫ କୋଡ୍ କୁ କ୍ଷତି ଯେତେକୁ ଦିଅ ସେତେ ଆଧାରରେ ସଂଶୋଧନ କରିବା, ପଞ୍ଜୀକରଣରେ ସରଳୀକରଣ, ଜଳ-ଜଙ୍ଗଲ-ଜମିର ସୁରକ୍ଷା, ଧାନ କ୍ୱିଣ୍ଟାଲ ୫୦୦୦/-କୁ ବୃଦ୍ଧି, ତଥା ସର୍ବୋପରି ସମ୍ବିଧାନର ଧାରା ୨୧ (ଜୀବନ ଓ ଜୀବିକାର ଅଧିକାର) ଆଧାରରେ ୨୦ବର୍ଷରୁ ବୟସ୍କ ଚାଷୀଙ୍କୁ ମାସିକ ଦଶ ହଜାର ଟଙ୍କାର ଚାଷୀ ସୁରକ୍ଷା ଭତ୍ତା ପ୍ରଦାନ କରିବା ସାଙ୍ଗକୁ ସମସ୍ତ ଚାଷୀଙ୍କୁ ସାମାଜିକ ସୁରକ୍ଷାରେ ଅନ୍ତର୍ଭୁକ୍ତ କରିବା ଆଦି ରହିଛି ।

ଶ୍ରୀ ପାଢୀ କୁହନ୍ତି, ଆମ ସଂଗଠନ ଓ ଆମ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ବିଚାରରେ, ଯଦି ଭାଗେ ଚାକିରୀଆ ବଜେଟର ୫୦ ଭାଗ ଅର୍ଥ ଦରମା ଓ ପେନସନ ଆକାରରେ ନେଇଯିବେ ତେବେ ସତୁରୀ ଭାଗ ଚାଷୀ ନିଜ ଅଧିକାରର ଭାଗ କାହିଁକି ନେବେ ନାହିଁ ? ଯଦି ତିନି ଲକ୍ଷ ଦଶ ହଜାର କୋଟି ବଜେଟର ସାତଭାଗରୁ ଭାଗେ ସତୁରୀ ଭାଗ ଚାଷୀଙ୍କ ପାଇଁ ଦେଇଦିଆଯାଏ ତେବେ ୩୬ ଲକ୍ଷ ଚାଷୀ ପରିବାରର ଜଣେଜଣେ ଯୁବ ଚାଷୀ ଏହି ସୁରକ୍ଷା ଭତ୍ତା ପାଇପାରିବେ। ଭିଟାମାଟି ଛାଡ଼ି ଦାଦନ ଖଟିବାକୁ ଯିବେ ନାହିଁ । ଏବଂ ଏହାଦ୍ୱାରା କୃଷି କୈନ୍ଦ୍ରିକ କୁଟୀରଶିଳ୍ପ ବଢ଼ି ଚାଲିବ। ତେଣୁ ଏହି ସତ୍ୟାଗ୍ରହକୁ ସଫଳ କରିବା ନିମନ୍ତେ ସୋନପୁର ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଚାଷୀ ଯୋଗଦେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛି ସଂଗଠନ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande