ଷ୍ଟାଣ୍ଡିଙ୍ଗ ଲାଇବ୍ରେରୀ ଉଦଘାଟିତ
କେନ୍ଦ୍ରାପଡା, ୭ ମାର୍ଚ୍ଚ (ହି.ସ.)- ସାମ୍ପ୍ରତିକ ଯୁଗରୁଚି ଓ ମୋବାଇଲ ଫୋନ ର ବହୁଳ ବ୍ୟବହାର ଦ୍ୱାରା ପତ୍ରପତ୍ରିକା ଓ ପୁସ୍ତକ ପଠନ ଦ୍ରୁତ ଭାବରେ ହ୍ରାସ ପାଉଥିବା ବେଳେ ଏ ଦିଗରେ ସ୍ବେଛାସେବୀ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଏକ ଉଦାହରଣୀୟ ପଦକ୍ଷେପ ନିଆଯାଇଛି l ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱକାଳ କ
ପୁନର୍ବାସ ପରିସରରେ ଷ୍ଟାଣ୍ଡି ଲାଇବ୍ରେରୀ ଉଦଘାଟିତ


କେନ୍ଦ୍ରାପଡା, ୭ ମାର୍ଚ୍ଚ (ହି.ସ.)- ସାମ୍ପ୍ରତିକ ଯୁଗରୁଚି ଓ ମୋବାଇଲ ଫୋନ ର ବହୁଳ ବ୍ୟବହାର ଦ୍ୱାରା ପତ୍ରପତ୍ରିକା ଓ ପୁସ୍ତକ ପଠନ ଦ୍ରୁତ ଭାବରେ ହ୍ରାସ ପାଉଥିବା ବେଳେ ଏ ଦିଗରେ ସ୍ବେଛାସେବୀ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଏକ ଉଦାହରଣୀୟ ପଦକ୍ଷେପ ନିଆଯାଇଛି l ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱକାଳ କେନ୍ଦ୍ରାପଡା ଜିଲ୍ଲାରେ ଥେରାପି ଚିକିତ୍ସା ସେବା, ଭିନ୍ନକ୍ଷମ ମାନଙ୍କ ଅଧିକାର ସଚେତନତା ଓ ସଶକ୍ତିକରଣ ନିମନ୍ତେ କାର୍ଯ୍ୟ କରିଆସୁଥିବା ଅନୁଷ୍ଠାନର ଏହି ଅଭିନଵ ପ୍ରୟାସ ପ୍ରଶଂସାଯୋଗ୍ୟ ବୋଲି ଅତିଥିମାନେ ବ୍ୟକ୍ତ କରିଛନ୍ତି l ଏହି ଅବସରରେ ସହର ମାଧପୁର ସ୍ଥିତ ପୁନର୍ବାସ ଫିଜିଓଥେରାପି ଓ ରିହାବ ସେଣ୍ଟର ଓ ଅମର ଉଦ୍ୟାନ ସ୍ଥିତ ଶିଶୁ ଥେରାପି କେନ୍ଦ୍ରରେ ଦୁଇଟି ଷ୍ଟାଣ୍ଡିଙ୍ଗ ଲାଇବ୍ରେରୀର ପାଠକାର୍ପଣ କରାଯାଇଥିଲା l ଏହାକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ କୁମାର ବଳିଆର ସିଂ ଓ ବରିଷ୍ଠ ସାମ୍ୱାଦିକ ଜଗନ୍ନାଥ ଧଳ ଏହି ଦୁଇଟି ମିନି ଲାଇବ୍ରେରୀକୁ ଅନାବରଣ କରିଥିଲେ l ଏହାଦ୍ୱାରା ଥେରାପି କେନ୍ଦ୍ରକୁ ଆସୁଥିବା ହିତାଧିକାରୀମାନେ ସେମାନଙ୍କ ଆପେକ୍ଷାରତ ସମୟର ସୁବିନିଯୋଗ କରିପାରିବେ ବୋଲି ମତପ୍ରକାଶ କରିଥିଲେ l

ପୁନର୍ବାସ ପକ୍ଷରୁ ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟ, ସହ ସମ୍ପାଦକ ବଂଶୀଧର ମହାନ୍ତି ଓ ଉପସଭାପତି ଜ୍ୟୋତିରଞ୍ଜନ ନାୟକଙ୍କ ସମେତ ଷ୍ଟାଫ ସଂଜୀବ କୁମାର ଜେନା, କେଦାରନାଥ ବାରିକ, ଗାୟତ୍ରୀ ପୃଷ୍ଟି ଓ ଧରଣୀଧର ସେଠି ପ୍ରମୁଖ ସାମିଲ ହୋଇଥିଲେ l

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande