ସଶକ୍ତ ନାରୀଶକ୍ତି ହିଁ ଆଗାମୀ ଦିନରେ ସମୃଦ୍ଧ ଓଡ଼ିଶାର ମୂଳଦୁଆ ହେବେ- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୦୭ ମାର୍ଚ୍ଚ (ହି.ସ)- ଆସନ୍ତାକାଲି ସୁଭଦ୍ରା ଯୋଜନାରେ ହିତାଧିକାରୀମାନଙ୍କୁ ଚତୁର୍ଥ କିସ୍ତି ଦିଆଯିବ। ସୁଭଦ୍ରା କେବଳ ଏକ ଆର୍ôଥକ ସହାୟତା ନୁହେଁ, ବରଂ ମହିଳାଙ୍କ ପାଇଁ ସମ୍ମାନ, ଆତ୍ମବିଶ୍ୱାସ ଓ ସ୍ୱାଧୀନତାର ଚାବିକାଠି, ଯାହା ପରିବାର ଓ ସମାଜରେ ସେମାନଙ୍କୁ ନେତୃତ୍ୱ ନେବାର ଶକ୍ତି ପ୍
mohan majhi


ଭୁବନେଶ୍ୱର, ୦୭ ମାର୍ଚ୍ଚ (ହି.ସ)- ଆସନ୍ତାକାଲି ସୁଭଦ୍ରା ଯୋଜନାରେ ହିତାଧିକାରୀମାନଙ୍କୁ ଚତୁର୍ଥ କିସ୍ତି ଦିଆଯିବ। ସୁଭଦ୍ରା କେବଳ ଏକ ଆର୍ôଥକ ସହାୟତା ନୁହେଁ, ବରଂ ମହିଳାଙ୍କ ପାଇଁ ସମ୍ମାନ, ଆତ୍ମବିଶ୍ୱାସ ଓ ସ୍ୱାଧୀନତାର ଚାବିକାଠି, ଯାହା ପରିବାର ଓ ସମାଜରେ ସେମାନଙ୍କୁ ନେତୃତ୍ୱ ନେବାର ଶକ୍ତି ପ୍ରଦାନ କରୁଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଲ୍ଲେଖ କରିଛନ୍ତି।

ଏକ୍ସରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଓଡ଼ିଶାର ମହିଳାମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ପାଇଁ ଆମେ ଦେଇଥିବା ପ୍ରତିଶ୍ରୁତି ପୂରଣ ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ଆସନ୍ତାକାଲି 'ସୁଭଦ୍ରା' ଯୋଜନାର ଚତୁର୍ଥ କିସ୍ତି ସିଧାସଳଖ ଆପଣମାନଙ୍କ ବ୍ୟାଙ୍କ ଖାତାକୁ ପଠାଯିବ।

ଗତ ଦେଢ଼ ବର୍ଷ ମଧ୍ୟରେ ପ୍ରାୟ ୧ କୋଟି ମା’ଙ୍କ ମୁହଁରେ ହସ ଫୁଟାଇଥିବା ଏହି ଯୋଜନା ଆଜି ଦେଶର ଏକ ପ୍ରମୁଖ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମରେ ପରିଣତ ହୋଇଛି। ସୁଭଦ୍ରା କେବଳ ଏକ ଆର୍ôଥକ ସହାୟତା ନୁହେଁ, ବରଂ ମହିଳାଙ୍କ ପାଇଁ ସମ୍ମାନ, ଆତ୍ମବିଶ୍ୱାସ ଓ ସ୍ୱାଧୀନତାର ଚାବିକାଠି, ଯାହା ପରିବାର ଓ ସମାଜରେ ସେମାନଙ୍କୁ ନେତୃତ୍ୱ ନେବାର ଶକ୍ତି ପ୍ରଦାନ କରୁଛି। ଗାଁ ରୁ ସହର ଯାଏଁ, ପୂର୍ବରୁ ଯେଉଁମାନେ ଆର୍ôଥକ ସ୍ୱାଧୀନତାରୁ ବଂଚିତ ଥିଲେ, ସେହି ମା' ମାନେ ଆଜି ସ୍ୱାବଲମ୍ବୀ ହେବା ସହ ନିଜ ପାଇଁ ଏକ ନୂଆ ପରିଚୟ ଗଢ଼ୁଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦିଗଦର୍ଶନ ଏବଂ 'ପୂର୍ବୋଦୟ'ର ସଂକଳ୍ପ ସହ ତାଳ ଦେଇ ଆଜି ଓଡ଼ିଶାର ନାରୀଶକ୍ତି ଆତ୍ମନିର୍ଭରଶୀଳ ହେଉଛନ୍ତି। ସଶକ୍ତ ନାରୀଶକ୍ତି ହିଁ ଆଗାମୀ ଦିନରେ 'ସମୃଦ୍ଧ ଓଡ଼ିଶା'ର ମୂଳଦୁଆ ହେବେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande