
ଭୁବନେଶ୍ୱର, ୦୭ ମାର୍ଚ୍ଚ (ହି.ସ)- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ଖୋଲିବ ତ୍ରି-ଭୁବନ ସହକାରୀ ୟୁନିଭରସିଟି। ଏ ନେଇ ତ୍ରିପାକ୍ଷିକ ଚୁକ୍ତି ହୋଇଛି। ସମବାୟ ବିଭାଗ , ଓୟୁଏଟି ଓ ତ୍ରି-ଭୁବନ ସହକାରୀ ୟୁନିଭରସିଟି ଭିତରେ ଏହି ଚୁକ୍ତି ହୋଇଥିବାର ଭାଇସ ଚାନ୍ସସେଲର ପ୍ରଫେସର ପ୍ରଭାତ କୁମାର ରାଉଳ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୨୦୨୬ - ୨୭ ଚଳିତ ଶିକ୍ଷା ବର୍ଷରେ ଭୁବନେଶ୍ୱର ଓୟୁଏଟିରେ ଏକ ଆସ୍ଥାୟୀ କ୍ୟାମ୍ପସରେ ପାଠ ପଢା ହେବ। ଚାଷ,କୃଷକ ସମବାୟ ସବୁ ବେଳେ ଅଙ୍ଗାଅଙ୍ଗୀ ଭାବରେ ଜଡିତ। ନିହାତି ଭାବରେ ସରକାରଙ୍କ ଏହି ନିଷ୍ପତି ଦ୍ୱାରା ଓଡିଶାରେ ଥିବା କୃଷକ, ଚାଷ ସମ୍ବନ୍ଧୀୟ ତଥ୍ୟ ସହ ସମବାୟର ଅଭିବୃଦ୍ଧି ବଢିବ। ପ୍ରଥମ ବର୍ଷ ପାଖାପାଖି ୧୦୦ ଛାତ୍ରଛାତ୍ରୀ ପାଠ ପଢିବେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା