ପାହାଳରେ ହାଇୱା ଧକ୍କାରେ 3 ମୃତ
ଭୁବନେଶ୍ୱର, 07 ମାର୍ଚ୍ଚ (ହି.ସ.)-ରାଜଧାନୀ ଭୁବନେଶ୍ୱରରେ ଘଟିଛି ଭୟାବହ ସଡକ ଦୁର୍ଘଟଣା। ପାହାଳ ଥାନା ଅନନ୍ତପୁର ଛକ ନିକଟରେ ଏକ ହାଇୱା ଧକ୍କାରେ ତିନି ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ତିନି ଜଣ ବାଇକରେ ଯାଉଥିବା ବେଳେ ଏକ ଦ୍ରୁତଗତି ହାଇବା ଆସି ତାଙ୍କୁ
ପାହାଳରେ ହାଇୱା ଧକ୍କାରେ 3 ମୃତ


ଭୁବନେଶ୍ୱର, 07 ମାର୍ଚ୍ଚ (ହି.ସ.)-ରାଜଧାନୀ ଭୁବନେଶ୍ୱରରେ ଘଟିଛି ଭୟାବହ ସଡକ ଦୁର୍ଘଟଣା।

ପାହାଳ ଥାନା ଅନନ୍ତପୁର ଛକ ନିକଟରେ ଏକ ହାଇୱା ଧକ୍କାରେ ତିନି ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା

ଅନୁସାରେ, ତିନି ଜଣ

ବାଇକରେ ଯାଉଥିବା ବେଳେ ଏକ ଦ୍ରୁତଗତି ହାଇବା ଆସି ତାଙ୍କୁ ଧକ୍କା ଦେଇଥିଲା। ଧକ୍କା

ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ

ତିନି ଜଣଙ୍କ ମୃତ୍ୟୁ ଘଟିଥିଲା।

ବାଲି ବୋଝେଇ ଏକ ହାଇବା ଧକ୍କାରେ ଘଟିଥିବା ଏହି ଦୁର୍ଘଟଣା ପରେ

ତିନୋଟି ପରିବାରରେ ଶୋକର ଛାୟା ଛାଇଯାଇଛି। ମୃତକମାନେ ହେଲେ ସତ୍ୟଜିତ ଓଝା ଓରଫ ସିପୁ, ରସିଦ ରାଉତରାୟ ଓରଫ ଚନ୍ଦନ ଏବଂ ଲିଙ୍ଗା ଓରଫ ବିକାଶ।

ସୂଚନା ଅନୁଯାୟୀ ସତ୍ୟଜିତ ନିଆଳିର କସରଦା ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ରସିଦ ରାଉତରାୟ

ଖୋର୍ଦ୍ଧା ଅଞ୍ଚଳର ବୋଲି ଜଣାପଡ଼ିଛି। ତୃତୀୟ ଯୁବକ ଲିଙ୍ଗା ଓରଫ ବିକାଶଙ୍କ ଘର କେଉଁଠି ତାହା

ନେଇ ପୋଲିସ ତଦନ୍ତ ଜାରି ରଖିଛି। ଗତକାଲି ରାତିରେ ସତ୍ୟଜିତ ଓ ତାଙ୍କର ଦୁଇ ସାଙ୍ଗ ଗାଁକୁ ମେଳଣ

ଦେଖିବା ପାଇଁ ବାଇକରେ ଯାଉଥିବା ବେଳେ ପାହାଳ ଅଞ୍ଚଳରେ ବାଲି ବୋଝେଇ ହାଇବା ଧକ୍କା ଦେଇଥିଲା।

ଘଟଣାସ୍ଥଳରେ ହିଁ ତିନି ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସତ୍ୟଜିତ ରସୁଲଗଡ଼

ଅଞ୍ଚଳରେ ଏକ ଗ୍ୟାରେଜରେ କାମ କରୁଥିବା ବେଳେ ପରିବାରର ଭରସା ଥିଲେ ବୋଲି ଜଣାପଡ଼ିଛି।

ଦୁର୍ଘଟଣା ପରେ ହାଇବା ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ପୋଲିସ ତାଙ୍କୁ ଧରିବା ପାଇଁ ଖୋଜଖବର

ଚାଲାଇଛି। ଏପଟେ ଘଟଣାର ଖବର ପାଇଁ ମୃତକଙ୍କ ପରିବାର ଲୋକେ ଭାଙ୍ଗି ପଡ଼ିଥିବା ବେଳେ ସରକାରଙ୍କୁ

ସହାୟତା ପାଇଁ ନିବେଦନ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande