
ଭୁବନେଶ୍ୱର, 07 ମାର୍ଚ୍ଚ (ହି.ସ.)- ଜନ ଔଷଧୀ ଦିବସ 2026 ଅବସରରେ ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ
କହିଛନ୍ତି ଯେ, ଜନ ଔଷଧୀ ଦିବସ 2026 ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭକାମନା। ପ୍ରଧାନମନ୍ତ୍ରୀ
ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦୂରଦର୍ଶୀ ନେତୃତ୍ୱରେ ପରିଚାଳିତ 'ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନା' (ପିଏମବିଜେପି) ଆଜି ଗରିବ ଓ ମଧ୍ୟବିତ୍ତ ପରିବାର ପାଇଁ ଏକ 'ସଙ୍କଟର ସାଥୀ' ସାବ୍ୟସ୍ତ ହୋଇଛି।
ଓଡ଼ିଶାରେ କାର୍ଯ୍ୟକ୍ଷମ ୮୦୦ରୁ ଅଧିକ ଜନ ଔଷଧି କେନ୍ଦ୍ର ମାଧ୍ୟମରେ ଆଜି ପ୍ରତିଟି ନାଗରିକଙ୍କ
ପାଖରେ ଶସ୍ତା ଓ ଗୁଣାତ୍ମକ ଜେନେରିକ୍ ଔଷଧ ଅତି ସୁଲଭତାର ସହ ପହଞ୍ଚିପାରୁଛି।
ବଜାର ଦର ତୁଳନାରେ ଅତ୍ୟନ୍ତ କମ୍ ମୂଲ୍ୟରେ ଔଷଧ ଓ ଚିକିତ୍ସା ଉପକରଣ
ଯୋଗାଇ ଦେଇ ଏହି କେନ୍ଦ୍ରଗୁଡ଼ିକ ଅଗଣିତ ପରିବାରର ଚିକିତ୍ସା ଖର୍ଚ୍ଚ ହ୍ରାସ କରିବା ସହ
ସେମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିଛି। ବିଶେଷ କରି ମଧୁମେହ ଓ ରକ୍ତଚାପ ଭଳି
ଦୀର୍ଘକାଳୀନ ରୋଗ ପାଇଁ ଏହି ଯୋଜନା ଏକ ବରଦାନ ସଦୃଶ ହୋଇଛି।
“ଶସ୍ତା ବି, ଭରସାଯୋଗ୍ୟ ବି”
- ଏହି ମନ୍ତ୍ରକୁ ପାଥେୟ କରି, ଜନ ଔଷଧି ସୁଲଭ ଓ ଉନ୍ନତ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ
କରିବାକୁ ପ୍ରତିବଦ୍ଧ। ସୁସ୍ଥ ଏବଂ ସଶକ୍ତ ଭାରତ ଗଠନ ଦିଗରେ ଏହି ଯୁଗାନ୍ତକାରୀ ପଦକ୍ଷେପ ପାଇଁ
ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି।
ଆସନ୍ତୁ, ସଚେତନ ହୋଇ ଜନ
ଔଷଧି କେନ୍ଦ୍ରର ସୁବିଧା ନେବା ଏବଂ ଏକ ସୁସ୍ଥ ଓ ସମୃଦ୍ଧ ଓଡ଼ିଶା ତଥା ଭାରତ ଗଠନରେ ସହଭାଗୀ
ହେବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା