ଠିକାଦାର ଙ୍କୁ ଠକିଲେ ସରକାର : ତାତିଲେ ଠିକାଦାର ଜିଲ୍ଲାପାଳ ଙ୍କୁ ଦାବିପତ୍ର :ରଥଯାତ୍ରାରେ ବଡଦାଣ୍ଡ ରେ କାମ ବନ୍ଦ କରିବୁ
ପୁରୀ, ୦୭ ମାର୍ଚ୍ଚ (ହି.ସ.) - ନୂଆ ସରକାର ଠିକାଦାର ମାରଣ ନୀତି ଧରିଛନ୍ତି ବୋଲି ପୁରୀଜିଲ୍ଲା ଠିକାଦାର ସଙ୍ଘ ଅଭିଯୋଗ କରିଛନ୍ତି । ଆଜି ଶନିବାରେ ସଙ୍ଘ ର ଏକ ଶୋଭାଯାତ୍ରା ବୋଷ ଛକ ରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖରେ ପହଂଚିଥିଲା । ଜିଲ୍ଲାପାଳଙ୍କ ଅନୁପସ୍ଥିତି ରେ ଉପଜିଲ୍ଲାପାଳଙ୍କୁ ଦା
ଠିକାଦାର ଙ୍କୁ ଠକିଲେ ସରକାର : ତାତିଲେ ଠିକାଦାର ଜିଲ୍ଲାପାଳ ଙ୍କୁ ଦାବିପତ୍ର :ରଥଯାତ୍ରା ରେ ବଡଦାଣ୍ଡ ରେ କାମ ବନ୍ଦ କରିବୁ


ପୁରୀ, ୦୭ ମାର୍ଚ୍ଚ (ହି.ସ.) - ନୂଆ ସରକାର ଠିକାଦାର ମାରଣ ନୀତି ଧରିଛନ୍ତି ବୋଲି ପୁରୀଜିଲ୍ଲା ଠିକାଦାର ସଙ୍ଘ ଅଭିଯୋଗ କରିଛନ୍ତି । ଆଜି ଶନିବାରେ ସଙ୍ଘ ର ଏକ ଶୋଭାଯାତ୍ରା ବୋଷ ଛକ ରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖରେ ପହଂଚିଥିଲା । ଜିଲ୍ଲାପାଳଙ୍କ ଅନୁପସ୍ଥିତି ରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ । ଦାବିପତ୍ରରେ ଦର୍ଶାଇଛନ୍ତି ଯେ ଚଳିତବର୍ଷ ରଥଯାତ୍ରା ସମୟରେ ସ୍ନାନପୂର୍ଣମୀ ଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ସମସ୍ତ ଠିକାଦାରୀ କାମକୁ ସଙ୍ଘ ବିରୋଧ କରିବ । ସରକାର ଦେଇଥିବା ପ୍ରତିଶୃତିକୁ ପାଳନ କରିବା ପରିବର୍ତେ ଠିକାଦାର ମାରଣ ଗାଇଡ଼ଲାଇନ କରିଛନ୍ତି । ହଜାରେ ଟଙ୍କାର ପ୍ରକୁତ କାମକୁ କିପରି ତିନି ଶହ ଟଙ୍କାରେ କରିବା ପାଇଁ ବାଧ୍ୟ କରିବା ନ୍ୟାୟରେ ବିରକ୍ତ ହୋଇଛନ୍ତି ଠିକାଦାର ସଙ୍ଘ । ଯାହାଫଳରେ କାମର ମାନ କ୍ଷେଣସ୍ଥାୟୀ ହେବ । ଆଜିର ଶୋଭାଯାତ୍ରା ର ନେତୃତ୍ୱ ନେଇଥିଲେ ପୁରୀ ମ୍ୟୁନିସିପାଲିଟି ଠିକାଦାର ସଙ୍ଘର ସମ୍ପାଦକ ଲୋକନାଥ ପଣ୍ଡା । ଜାନୁୟାରୀ ୩ ତାରିଖରେ ଠିକାଦାର ମାନଙ୍କ ପାଇଁ ରାଜ୍ୟ ସରକାର ଯେଉଁ ନିୟମ ଆଧାର ଲାଗୁ କରିଛନ୍ତି ରାଜ୍ୟ ଠିକାଦାର ସଙ୍ଘ ତାକୁ ବିରୋଧ କରିଛନ୍ତି । ଆଗକୁ ସରକାରୀ ଠିକା କାମକୁ ପ୍ରବଳ ବିରୋଧ କରାଯିବ ବୋଲି ସଙ୍ଘ ଚେତାବନୀ ଦେଇଛି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande