
ଭୁବନେଶ୍ୱର, 07 ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡ଼ା ଇରିଗେସନ ଡିଭିଜନ ଅଧିନସ୍ଥ ଡେରାବିଷ
ଇରିଗେସନ ସବ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ
ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପ୍ରମୋଦ ରାୟଙ୍କ ଘରେ ରେଡ କରୁଛି ଭିଜିଲାନ୍ସ । କେନ୍ଦ୍ରାପଡା, କଟକ, ଢେଙ୍କାନାଳ, ଭଦ୍ରକ ଏବଂ ଭୁବନେଶ୍ୱରର ଏକକାଳୀନ 7ଟି ସ୍ଥାନରେ ରେଡ କରିଛି ଭିଜିଲାନ୍ସ । ରେଡରେ ସାମିଲ ଅଛନ୍ତି 2ଜଣ ଅତିରିକ୍ତ ଏସ୍ପି, 9ଜଣ ଡିଏସପି, 9ଜଣ ଇନ୍ସିପେକ୍ଟର ଏବଂ 4ଜଣ ଏଏସଆଇ ।
ଭୁବନେଶ୍ୱର ବାଲିଅନ୍ତାରେ ଥିବା 4ମହଲା ଘର, କଟକ ଚୌଦ୍ୱାରରେ ଥିବା ଦୁଇ ମହଲା ଘର, କଟକ ବାଙ୍କୀରେ ଥିବା ପୈତୃକ ଘର, ଭଦ୍ରକରେ ସମ୍ପର୍କୀୟଙ୍କ ଘର, କେନ୍ଦ୍ରାପଡାରେ ଅଫିସ ଚାମ୍ବର, ଢେଙ୍କାନାଳରେ ସମ୍ପର୍କୀୟଙ୍କ ଘର ସମେତ ଭୁବନେଶ୍ୱର
ପଟିଆରେ ସମ୍ପର୍କୀୟଙ୍କ ଘରେ ରେଡ କରୁଛି ଭିଜିଲାନ୍ସ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା