
ଭୁବନେଶ୍ୱର, 07 ମାର୍ଚ୍ଚ (ହି.ସ.)- ଝାରପଡା ଜେଲ ଷ୍ଟାପ କ୍ଵାର୍ଟରରୁ ନୟାଗଡ଼ ଜେଲ ୱାର୍ଡର
ସାରଥୀ ପ୍ରଧାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା । ସାମ୍ନାକୁ ଆସିଲା ଏକ ହ୍ଵାଟ୍ସଆପ ଗ୍ରୁପ ଚାଟ୍ । ଯେଉଁଥିରେ
ସାରଥୀ ଲେଖିଛନ୍ତି, ତାଙ୍କ ପତ୍ନୀ ବିଷ ଦେଇ ମାରିଦେବାକୁ ଚେଷ୍ଟା କରୁଛି । ତେବେ ଭାଇରଲ
ହେଉଥିବା ଏ ହ୍ଵାଟ୍ସଆପ ଗ୍ରୁପ ପଛରେ କେତେ ସତ୍ୟା ସତ୍ୟ ଅଛି ତାକୁ ନେଇ ଖୋଳତାଡ଼ କରୁଛି ପୋଲିସ
। ସେପଟେ କିଛି ଦିନ ତଳେ ହାଉସ ବିଲଡିଂ ଲୋନ 9ଲକ୍ଷ ଟଙ୍କା ପାଇଥିଲେ ସାରଥୀ । ସେହି ଟଙ୍କାକୁ ଘରେ ରଖିଥିଲେ ନମିଳିବାରୁ ସାରଥୀ ଓ
ତାଙ୍କ ପତ୍ନୀ ମଧ୍ୟରେ ଖୁଵ ପାଟି ତୁଣ୍ଡ ହୋଇଥିଲା । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ ।
ସାରଥୀଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ପରିବାର ଲୋକେ ଅଭିଯୋଗ ଆଣିବା ପରେ ଖୋଳତାଡ଼
କରୁଛି ପୋଲିସ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା