ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜିଲ୍ଲାସ୍ତରୀୟ ଏଚ୍.ପି.ଭି ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 07 ମାର୍ଚ୍ଚ (ହି.ସ.)- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ନେତୃତ୍ୱରେ ଦେଶବ୍ୟାପୀ ଏଚ୍.ପି.ଭି ଟୀକାକରଣ ଅଭିଯାନର ଶୁଭାରମ୍ଭ ହୋଇଛି। ଏହି ଅଭିଯାନ ଅଧୀନରେ ଆଜି ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜିଲ୍ଲାସ୍ତରୀୟ ଏଚ୍.ପି.ଭି ଟୀକାକରଣ
ସ୍ୱାସ୍ଥ୍ୟମନ୍ତ୍ରୀ


ଭୁବନେଶ୍ୱର, 07 ମାର୍ଚ୍ଚ (ହି.ସ.)- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ନେତୃତ୍ୱରେ

ଦେଶବ୍ୟାପୀ ଏଚ୍.ପି.ଭି ଟୀକାକରଣ ଅଭିଯାନର ଶୁଭାରମ୍ଭ ହୋଇଛି। ଏହି ଅଭିଯାନ ଅଧୀନରେ ଆଜି

ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜିଲ୍ଲାସ୍ତରୀୟ ଏଚ୍.ପି.ଭି ଟୀକାକରଣ

କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ। ଏହି ଅଭିଯାନ

ଅଧୀନରେ ୧୪ ରୁ ୧୫ ବର୍ଷ ବୟସର କିଶୋରୀମାନଙ୍କୁ ଏଚ୍.ପି.ଭି ର ‘ସୁରକ୍ଷା କବଚ’ ଦିଆଯାଉଛି। ଏହି

ଟୀକା ସେମାନଙ୍କୁ ସର୍ଭିକାଲ କ୍ୟାନ୍ସର ବା ଜରାୟୁ କର୍କଟ ରୋଗରୁ ସୁରକ୍ଷା ଦେବାରେ ସହାୟକ ହେବ।

ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ

ଶ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନ କ୍ରମେ ରାଜ୍ୟରେ ଏହି ଅଭିଯାନକୁ ଆହୁରି ବ୍ୟାପକ କରିବା

ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିରେ ରାଜ୍ୟର ୧୪ ରୁ ୧୫ ବୟସ ମଧ୍ୟରେ ଥିବା ପାଖାପାଖି

୩.୩୬ ଲକ୍ଷ କିଶୋରୀ ଉପକୃତ ହେବେ। ଏହି ଅଭିଯାନକୁ ସଫଳ କରିବା ସହ କ୍ୟାନ୍ସର ମୁକ୍ତ ଭାରତ

ଗଠନରେ ନିଜର ଯୋଗଦାନ ଦେବାପାଇଁ ସମସ୍ତଙ୍କୁ ଆହ୍ଵାନ ଦେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande