କୋଲାବ ଜଳଭଣ୍ଡାରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁରେ ନବୀନଙ୍କ ଶୋକ
ଭୁବନେଶ୍ୱର, ୦୭ ମାର୍ଚ୍ଚ (ହି.ସ)- କୋଲାବ ଜଳଭଣ୍ଡାରରେ ବୁଡ଼ି ନବୋଦୟ ବିଦ୍ୟାଳୟର ୩ ଜଣ ଛାତ୍ର ଙ୍କ ମୃତ୍ୟୁ ଘଟଣାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦୁଃଖଦାୟକ ବୋଲି କହିଛନ୍ତି। ଏକ୍ସରେ ନବୀନ ଲେଖିଛନ୍ତି କୋରାପୁଟ ନବୋଦୟ ବିଦ୍ୟାଳୟର ୩ ଜଣ ଛାତ୍ର କୋଲାବ ଜଳଭଣ୍ଡାରରେ ବୁଡ଼ି ପ୍ରାଣ ହରାଇଥିବା ଖବ
Naveen Patnaik (File Photo)


ଭୁବନେଶ୍ୱର, ୦୭ ମାର୍ଚ୍ଚ (ହି.ସ)- କୋଲାବ ଜଳଭଣ୍ଡାରରେ ବୁଡ଼ି ନବୋଦୟ ବିଦ୍ୟାଳୟର ୩ ଜଣ ଛାତ୍ର ଙ୍କ ମୃତ୍ୟୁ ଘଟଣାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦୁଃଖଦାୟକ ବୋଲି କହିଛନ୍ତି।

ଏକ୍ସରେ ନବୀନ ଲେଖିଛନ୍ତି କୋରାପୁଟ ନବୋଦୟ ବିଦ୍ୟାଳୟର ୩ ଜଣ ଛାତ୍ର କୋଲାବ ଜଳଭଣ୍ଡାରରେ ବୁଡ଼ି ପ୍ରାଣ ହରାଇଥିବା ଖବର ଦୁଃଖଦାୟକ। ସମସ୍ତଙ୍କ ଅମର ଆତ୍ମାର ସଦଗତି କାମନା କରୁଛି। ଏପରି ଦୁଃଖଦ ସମୟକୁ ସାମ୍ନା କରିବା ପାଇଁ ଶୋକସନ୍ତପ୍ତ ପରିବାରବର୍ଗ ଓ ଆତ୍ମୀୟସ୍ୱଜନଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande