ମାର୍ଚ୍ଚ ୧୦ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବ ଓଡ଼ିଶା ସରକାରୀ ଆଉଟ୍ ସୋର୍ସିଂ କର୍ମଚାରୀ ମହାସଂଘ
ଭୁବନେଶ୍ୱର, 07 ମାର୍ଚ୍ଚ (ହି.ସ.)- ବିଭିନ୍ନ ଦଫା ଦାବି ନେଇ ମାର୍ଚ୍ଚ ୧୦ ତାରିଖ ଠାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଜାରି ରଖିବାକୁ ଚେତାବନୀ ଦେଇଛି ଓଡ଼ିଶା ସରକାରୀ ଆଉଟ୍ ସୋର୍ସିଂ କର୍ମଚାରୀ ମହାସଂଘ। ସରକାର ସମସ୍ତ ଦାବି ପ୍ରତି ଅବଗତ ଥାଇ ସୁଦ୍ଧା ଦାବି ପୁରଣ ଦିଗରେ
ମାର୍ଚ୍ଚ ୧୦ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବ     ଓଡ଼ିଶା ସରକାରୀ ଆଉଟ୍ ସୋର୍ସିଂ କର୍ମଚାରୀ ମହାସଂଘ


ଭୁବନେଶ୍ୱର, 07 ମାର୍ଚ୍ଚ (ହି.ସ.)- ବିଭିନ୍ନ ଦଫା ଦାବି ନେଇ ମାର୍ଚ୍ଚ ୧୦ ତାରିଖ ଠାରୁ

ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଜାରି ରଖିବାକୁ ଚେତାବନୀ ଦେଇଛି ଓଡ଼ିଶା ସରକାରୀ ଆଉଟ୍

ସୋର୍ସିଂ କର୍ମଚାରୀ ମହାସଂଘ। ସରକାର ସମସ୍ତ ଦାବି ପ୍ରତି ଅବଗତ ଥାଇ ସୁଦ୍ଧା ଦାବି ପୁରଣ ଦିଗରେ

କାର୍ଯ୍ୟପନ୍ଥା ଗ୍ରହଣ କରୁ ନଥିବା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସଂଘ ପକ୍ଷରୁ କୁହାଯାଇଛି।

ତେବେ ପୂର୍ବ ସରକାରଙ୍କ ସମୟରେ ବାରମ୍ବାର ଆନ୍ଦୋଳନ କରିବା ପରେ,କିଛି ଦାବି ଶୁଣିଥିଲେ,କିଛି ପ୍ରତିଶ୍ରୁତି

ଦେଇଥିଲେ । ତେବେ ନୂଆ ସରକାର ଆସିଲେ ସମସ୍ତ ଡିମାଣ୍ଡ ନିଶ୍ଚିତ ପୁରାଣ କରିବାକୁ ବିଜେପି

ପକ୍ଷରୁ କୁହାଯାଇଥିଲା। ମାତ୍ର ସରକାରକୁ ଆସିବା ପରେ ସବୁକିଛି ଭୁଲି ଯାଇଥିବା ପରି ମନେ ହେଉଛି।

ତେବେ ସାରା ରାଜ୍ୟରେ ପ୍ରାୟ ୫୧ ଟି ବିଭାଗରେ ମୋଟ ୬୫ ହଜାର ଆଉଟ ସୋରସିଂ କର୍ମଚାରୀ ରହିଛନ୍ତି

ବୋଲି ସଂଘ ପକ୍ଷରୁ ଅବଗତ କରାଯାଇଛି।

ଗତବର୍ଷ ଆନ୍ଦୋଳନ କରାଯାଇଥିଲା। ଦୁଇ ବିଧାୟକ ଆସି ବୁଝାଇ କହିଥିଲେ

ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ମାତ୍ର ଏବେ ପର୍ଯ୍ୟନ୍ତ କିଛି ପଦକ୍ଷେପ ନିଆ ନ ଯାଇଥିବା

ମହାସଂଘ ପକ୍ଷରୁ କୁହାଯାଇଛି। କେବଳ ଏତିକି ନୁହେଁ,ମନ୍ତ୍ରୀ

ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ,ସରକାର ସବୁ ଦାବି

ଶୁଣିବେ।ବହୁ ଗୁହାରୀ କରିବା ସତ୍ତ୍ଵେ ସରକାର ଶୁଣିଲେ ନାହିଁ। ତେଣୁ ବାଧ୍ୟ ହୋଇ ଆମେ

ଆନ୍ଦୋଳନକୁ ଓହ୍ଲାଇବାକୁ ଯାଉଛୁ ବୋଲି ରୋକଠୋକ୍ ଶୁଣାଇ ଦେଇଛି ଓଡ଼ିଶା ସରକାରୀ ଆଉଟ୍

ସୋର୍ସିଙ୍ଗ କର୍ମଚାରୀ ମହାସଂଘ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande