ମାଲକାନଗିରିରେ କେବେ କାର୍ଯ୍ୟକ୍ଷମ ହେବ ରେଳପଥ
ମାଲକାନଗିରି, ୭ ମାର୍ଚ୍ଚ (ହି.ସ.)- ରେଳପଥ ଜମିହରାଙ୍କୁ ମିଳିବ ଉଚିତ ମୂଲ୍ୟ। ଆଗକୁ ବଢ଼ିବ ରେଳପଥ। ନା ଜମି ଦରକୁ ନେଇ ଲାଗି ରହିଥିବା ବିବାଦରେ ଗଡ଼ି ଚାଲିଥିବ ବର୍ଷ ପରେ ବର୍ଷ। ଜୟପୁରରୁ ମାଲକାନଗିରିକୁ ରେଳପଥ ଯୋଡିବା ପାଇଁ ୧୦ ବର୍ଷ ତଳୁ ସ୍ୱପ୍ନ ଦେଖାଇଲେଣି ସରକାର। କିନ୍ତୁ ଆଜି ଯାଏଁ ସେ ସ୍ୱପ
ମାଲକାନଗିରିରେ କେବେ କାର୍ଯ୍ୟକ୍ଷମ ହେବ ରେଳପଥ


ମାଲକାନଗିରି, ୭ ମାର୍ଚ୍ଚ (ହି.ସ.)- ରେଳପଥ ଜମିହରାଙ୍କୁ ମିଳିବ ଉଚିତ ମୂଲ୍ୟ। ଆଗକୁ ବଢ଼ିବ ରେଳପଥ। ନା ଜମି ଦରକୁ ନେଇ ଲାଗି ରହିଥିବା ବିବାଦରେ ଗଡ଼ି ଚାଲିଥିବ ବର୍ଷ ପରେ ବର୍ଷ। ଜୟପୁରରୁ ମାଲକାନଗିରିକୁ ରେଳପଥ ଯୋଡିବା ପାଇଁ ୧୦ ବର୍ଷ ତଳୁ ସ୍ୱପ୍ନ ଦେଖାଇଲେଣି ସରକାର। କିନ୍ତୁ ଆଜି ଯାଏଁ ସେ ସ୍ୱପ୍ନରେ ଡେଣା ଲାଗିଲା ନାହିଁ । ରେଳପଥ ପ୍ରକଳ୍ପ ବାଟରେ ବାଧକ ସାଜିଛି ଜମି ଅଧିଗ୍ରହଣ। ସେପଟେ ବିଳମ୍ବିତ କାମକୁ ନେଇ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଅସନ୍ତୋଷ ପ୍ରକାଶ କରିଛନ୍ତି।

ରେଳ ମାନଚିତ୍ରରେ ଜୟପୁର ସହ ଯୋଡ଼ି ହେବ ମାଲକାନଗିରି । ୨୦୧୫ ମସିହାରୁ ଆଜି ପର୍ଯ୍ୟନ୍ତ କେବଳ ଚର୍ଚ୍ଚାରେ ସୀମିତ ଆଶାର ରେଳପଥ । ସରକାର ବଦଳିଲେ କିନ୍ତୁ ବଦଳୁନି ରେଳପଥର ଭାଗ୍ୟ । ମନ୍ଥର ଗତିରେ ଚାଲିଥିବା ଏହି ପ୍ରକଳ୍ପ ପାଇଁ କେତେବେଳେ ଜମି ଅଧିଗ୍ରହଣ ଅଡ଼ୁଆ ତ ଆଉ କେତେବେଳେ କର୍ମଚାରୀଙ୍କ ଅଭାବ। ଜମି ବାବଦରେ ସରକାରୀ ଦରକୁ ନେଇ ସନ୍ତୁଷ୍ଟ ନୁହଁନ୍ତି ଜମିହରା। ତେଣୁ ଛିଡ଼ୁନି ଅଙ୍କ। କମ୍ ଦରରେ ଜମି ଛାଡ଼ିବାକୁ ନାରାଜ ଜମିହରା । ଏଭଳି ସ୍ଥିତିରେ ରେଳ ପ୍ରକଳ୍ପ କେବଳ ନେତାଙ୍କ ପ୍ରତିଶ୍ରୁତି ଓ ଘୋଷଣାରେ ଅଟକିଛି ବୋଲି ଚର୍ଚ୍ଚା ହେଉଛି।

ରେଳପଥରେ କୋରାପୁଟ ସହ ମାଲକାନଗିରି ଯୋଡ଼ିହେଲେ ଗମନାଗମନ ସହଜ ହେବା ସହ ସ୍ଥାନୀୟ ଅର୍ଥନୀତିରେ ଅଭିବୃଦ୍ଧ ଘଟିବ । ସେଥିପାଇଁ ପ୍ରକଳ୍ପ ତ୍ୱରାନ୍ୱିତ କରିବାକୁ ଦାବି ହୋଇଛି। ଜୟପୁର ଠାରୁ ମାଲକାନଗିରି ପର୍ଯ୍ୟନ୍ତ ୧୩୦ କି.ମି. ରେଳପଥ ପାଇଁ ରୋଡ ମ୍ୟାପ୍ ପ୍ରସ୍ତୁତ ହୋଇଛି। ମାଲକାନଗିରିରେ କିଛି ଜମିହରାଙ୍କୁ ଟଙ୍କା ମିଳିଛି। ୭୦ ଭାଗ ଜମି ଅଧିଗ୍ରହଣ ନହେବା ଯାଏଁ କାମ ଆରମ୍ଭ କରିବ ନାହିଁ ରେଳ ବିଭାଗ। ଜମିହରା ମାନେ କେହି ବି ଠକାମିର ଶିକାର ହେବେନାହିଁ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି ବୋଲି ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ପ୍ରକାଶ କରିଛନ୍ତି।

ଗଡ଼ୁଛି ସମୟ, ବାର ବାର ମିଳୁଛି ପ୍ରତିଶ୍ରୁତି। ଆଉ ଏହାରି ଭିତରେ ଛନ୍ଦି ହୋଇପଡ଼ିଛି ରେଳପଥର ଭାଗ୍ୟ । ୨ ବର୍ଷରେ ରାୟପୁର ଠାରୁ ବିଶାଖାପାଟଣାକୁ ଭାରତମାଳା ରାସ୍ତା ଯୋଜନା ସରିବାକୁ ବସିଲାଣି, କିନ୍ତୁ ମାଲକାନଗିରି ଜିଲ୍ଲାରେ ରେଳପଥ କାମ ଆରମ୍ଭ ହୋଇପାରୁନାହିଁ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande