ରାଜ୍ୟରେ ପେଟ୍ରୋଲ , ଡିଜେଲ ମହାଜୁଦ୍ ଅଛି : ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର, ୦୭ ମାର୍ଚ୍ଚ (ହି.ସ)- ରାଜ୍ୟରେ ତେଲର ଅଭାବ ନାହିଁ। ଆବଶ୍ୟକ ପେଟ୍ରୋଲ ଡିଜେଲ ମହାଜୁଦ୍ ଅଛି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି। ସେ କହିଛନ୍ତି ମଧ୍ୟ ପ୍ରାଚ୍ୟ ଯୁଦ୍ଧକୁ ନେଇ ତୈଳ ସଙ୍କଟ ଦେଖାଦେଲାଣି ବୋଲି ପ୍ରଚାର ହେଉଛି। ଏହା ବିଭ୍ରାନ୍ତିକର ତଥ୍ୟ। ବେସରକାରୀ ତଥ୍
Krushna Chandra Patra (File Photo)


ଭୁବନେଶ୍ୱର, ୦୭ ମାର୍ଚ୍ଚ (ହି.ସ)- ରାଜ୍ୟରେ ତେଲର ଅଭାବ ନାହିଁ। ଆବଶ୍ୟକ ପେଟ୍ରୋଲ ଡିଜେଲ ମହାଜୁଦ୍ ଅଛି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି। ସେ କହିଛନ୍ତି ମଧ୍ୟ ପ୍ରାଚ୍ୟ ଯୁଦ୍ଧକୁ ନେଇ ତୈଳ ସଙ୍କଟ ଦେଖାଦେଲାଣି ବୋଲି ପ୍ରଚାର ହେଉଛି। ଏହା ବିଭ୍ରାନ୍ତିକର ତଥ୍ୟ। ବେସରକାରୀ ତଥ୍ୟକୁ ବିଶ୍ୱାସ କରନ୍ତୁ ନାହିଁ। ଅଯଥା ଭୟଭୀତ ହୋଇ ନିଜ ପାଖେ ତୈଳ ଗଚ୍ଛିତ କରନ୍ତୁ ନାହିଁ। କଳାବଜାରୀ ଉପରେ ନଜର ରହିଛି। ଆବଶ୍ୟକ ପଡିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅତ୍ୟାବଶ୍ୟକ ସାମଗ୍ରୀ ବି ମହାଜୁଦ୍ ଅଛି। ଗ୍ୟାସ୍ ଦର ବୃଦ୍ଧି ସହିତ ସଙ୍କଟର କୌଣସି ସମ୍ପର୍କ ନାହିଁ। ଯୁଦ୍ଧର ପ୍ରଭାବ ସବୁଠି ପଡେ। ଆଗକୁ ଭୟଙ୍କର ହେବ ବୋଲି ଆଶା କରାଯାଉଛି। ଯୁଦ୍ଧର ପ୍ରଭାବ ସାରା ବିଶ୍ୱ ଉପରେ ପଡିବ। ଭାରତ ଉପରେ ବି ପଡିପାରେ। କିନ୍ତୁ ବର୍ତମାନ ସେପରି ସ୍ଥିତି ନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande