ସ୍ତ୍ରୀଶକ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ
Bhubaneswar, 07 ମାର୍ଚ୍ଚ (ହି.ସ.) ସାମାଜିକ ଅନୁଷ୍ଠାନ ୟୁଥ୍ ଫର ଭଲୁ୍ୟାରୀ ୱାର୍କ ଓ କ୍ରାନ୍ତିକାରୀ ଫାଉଣ୍ଡେସନ୍ ତରଫରୁ ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିର ସମ୍ମିଳନୀ କକ୍ଷରେ ସ୍ତ୍ରୀଶକ୍ତି କାର୍ଯ୍ୟକ୍ରମ ଅନୁଷ୍ଠାନର ଅଧ୍ୟକ୍ଷ ମୀର ଅହମ୍ମଦ ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ।
ସ୍ତ୍ରୀଶକ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ


Bhubaneswar, 07 ମାର୍ଚ୍ଚ (ହି.ସ.)

ସାମାଜିକ ଅନୁଷ୍ଠାନ ୟୁଥ୍ ଫର ଭଲୁ୍ୟାରୀ ୱାର୍କ ଓ କ୍ରାନ୍ତିକାରୀ ଫାଉଣ୍ଡେସନ୍ ତରଫରୁ ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିର ସମ୍ମିଳନୀ କକ୍ଷରେ ସ୍ତ୍ରୀଶକ୍ତି କାର୍ଯ୍ୟକ୍ରମ ଅନୁଷ୍ଠାନର ଅଧ୍ୟକ୍ଷ ମୀର ଅହମ୍ମଦ ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ, ମହିଳା କମିଶନର ପୂର୍ବତନ ସଦସ୍ୟା ସସ୍ମିତା ନନ୍ଦ, ସିନେ ଅଭିନେତା ଚନ୍ଦନ କର, ଅଭିନେତ୍ରୀ ଦେବଜାନୀ ଦେଗୁରିଆ, ସମାଜସେବୀ ନିରୋଜାଲକ୍ଷ୍ମୀ ମହାପାତ୍ର, ସମାଜସେବୀ ସସ୍ମିତା ନାୟକ, ପିଙ୍କି ମହାପାତ୍ର ଓ କ୍ରାନ୍ତିକାରି ଫାଉଣ୍ଡେସନର ଅଧ୍ୟକ୍ଷ ନଳିନୀକାନ୍ତ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ମହିଳା ହେଉଛନ୍ତି ସମାଜର ମୂଳଶକ୍ତି । ଘରଠାରୁ ଆରମ୍ଭ କରି ଶିକ୍ଷା, ସାହିତ୍ୟ, ବିଜ୍ଞାନ, ରାଜନୀତି ଓ କ୍ରୀଡ଼ା ପ୍ରଭୃତି କ୍ଷେତ୍ରରେ ମହିଳାମାନେ ନିଜ ପ୍ରତିଭା ଓ ସାହସର ପ୍ରମାଣ ଦେଇଛନ୍ତି । ତାଙ୍କ ଅଦମ୍ୟ ଇଚ୍ଛାଶକ୍ତି ଓ ସମର୍ପଣ ଆମ ସମାଜକୁ ଆଗକୁ ବଢାଇନେଇଛି । ମହିଳାମାନଙ୍କର ସମ୍ମାନ ଉଦେ୍ଦଶ୍ୟରେ ବିଭିନ୍ନ ବସ୍ତିର ମହିଳାମାନଙ୍କୁ ଉପହାର ପ୍ରଦାନ ସହ ଅନୁଷ୍ଠାନର ସମସ୍ତ ସଦସ୍ୟମାନଙ୍କୁ ମଧ୍ୟ ଉପହାର ପ୍ରଦାନ କରାଯାଇ ପ୍ରତିବର୍ଷ ସ୍ତ୍ରୀଶକ୍ତି କାର୍ଯ୍ୟକ୍ରମ କରାଯାଇଥାଏ ବୋଲି ଶ୍ରୀଯୁକ୍ତ ଅଲ୍ଲୀ ପ୍ରକାଶ କରିଥିଲେ । ସମାଜରେ ମହିଳାମାନଙ୍କର କୃତିତ୍ୱ, ଅଧିକାର ସୁରକ୍ଷା, ସମ୍ମାନ ତଥା ମହିଳା ସମ୍ପର୍କିତ ଆଇନ୍ ଗୁଡ଼ିକରେ ଅତିଥିମାନେ ଆଲୋଚନା କରିଥିଲେ । ସମାଜସେବୀ ସନ୍ତୋଷୀ ଜେନ୍ ଓ ଅଭିନେତ୍ରୀ ସୁରଭି ପ୍ରିୟଦର୍ଶିନୀଙ୍କୁ ସ୍ତ୍ରୀଶକ୍ତି ସମ୍ମାନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାଗର ସାହୁ ସ୍ୱାଗତ ଭାଷଣ ଓ ତାପସ ଦେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ଜଗନ୍ନାଥ ସାହୁ, ବିଷ୍ଣୁପ୍ରସାଦ ସାହୁ, ସରୋଜ ପ୍ରଧାନ, କ୍ଷୀରୋଦ କୁମାର ଜେନା, ରଶ୍ମି, ସୁଭଶ୍ରୀ, ମନସ୍ତୁପ୍ତି ମହାପାତ୍ର, ଲକ୍ଷ୍ମୀଧର ପ୍ରମୁଖ ସଂଚାଳିତ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande